କନକ ବ୍ୟୁରୋ : ଫାଇଭ-ଟି ସ୍କୁଲ କାମରେ ବ୍ୟାପକ ଦୁର୍ନୀତି ଝାରସୁଗୁଡା କୋଲାବିରା ବ୍ଲକରେ ଜିଲ୍ଲା ଖଣିଜ ପାଣ୍ଠିରୁ ନିର୍ମିତ ବିଦ୍ୟାଳୟର ହାଲ ଏବେ ବେହାଲ ନୂତନ ସ୍କୁଲ ନିର୍ମାଣ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ କୋଟିକୋଟି ଟଙ୍କାର ଅନୁଦାନ ଆସିଥିଲା ହେଲେ ସ୍କୁଲ ଗୁଡିକର ଅବସ୍ଥା କହିଲେ ନସରେକେତେକ ସ୍କୁଲର କାନ୍ଥ ଫାଟି ଆଁ କରିଛି ଆଉ କେଉଁଠି ଛାତରୁ ପାଣି ଗଳୁଛି ସ୍କୁଲ କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ

ଝାରସୁଗୁଡା କୋଲାବିରା ବ୍ଲକରେ ବିଦ୍ୟାଳୟ ନିର୍ମାଣରେ ବଡ଼ଧରଣ ଦୁର୍ନୀତି ବାରି ହେଉଛି ୨୦୨୦-୨୧ ଆର୍ଥିକ ବର୍ଷରେ ୮ଟି ବିଦ୍ୟାଳୟର ନୂତନ ଶ୍ରେଣୀଗୃହ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ କୋଟି ୫୦ ଲକ୍ଷ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କାରେ ନିର୍ମିତ ସ୍କୁଲର ବର୍ତ୍ତମାନ ସ୍ଥିତି ଦେଖିଲେ, ଦୁର୍ନୀତି ଜଳଜଳ ହୋଇ ଦେଖାଯାଉଛି ସମାସିଂଘା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାନ୍ଥ ଫାଟି ଆଁ କରିଛି ଛାତର ସିଲିଂ ଉଡ଼ିଯାଇଛି ବର୍ଷା ହେଲେ ଶ୍ରେଣୀଗୃହରେ ବସି ପଢାଇବା ସମ୍ଭବ ହେଉନଥିବା ପ୍ରଧାନ ଶିକ୍ଷକ ଅଭିଯୋଗ କରିଛନ୍ତି

କେବଳ ସମାସିଂଘା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନୁହେଁ କୋଲାବିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସିଡିବି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମଧ୍ୟ ସମାନ ଅବସ୍ଥା ସ୍କୁଲ ଛାତରୁ ପାଣି ଗଳୁଛି ତେବେ କନକ ନ୍ୟୁଜକୁ ମିଳିଥିବା ତଥ୍ୟା ଅନୁସାରେ, ସମାସିଂଘା, ରଘୁନାଥପାଲି, ପରମାଣପୁର କୋଲାବିରା ୟୁପି ସ୍କୁଲ ପାଇଁ ୩୭ ଲକ୍ଷ ୯୩ ହଜାର ଲେଖାଏଁ ଖର୍ଚ୍ଚ ହୋଇଛିଝିର୍ଲ୍ଲାପାଲି ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖର୍ଚ୍ଚ ହୋଇଛି ୩୭ ଲକ୍ଷ ୧୮ ହଜାରସିରିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୩୪ ଲକ୍ଷ ୮୯ ହଜାର, ପୋଖରାସାହେଲ ଭୀଷ୍ମଦେବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୩୭ ଲକ୍ଷ ୯୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି

ତେବେ ବିଦ୍ୟାଳୟର ଦୁର୍ବଳ ସ୍ଥିତି ନେଇ ବିଡିଓଙ୍କ ସହିତ ଆଲୋଚନା ପଦକ୍ଷେପ ନେବେ ବୋଲି କହିଛନ୍ତି କୋଲାବିରା ବ୍ଲକ ଶିକ୍ଷା ଅଧିକାରୀ ଫାଇଭ-ଟି କାର୍ଯ୍ୟକ୍ରମ ଆଳରେ ଜିଲ୍ଲା ଖଣିଜ ପାଣ୍ଠିରୁ କୋଟି କୋଟି ଟଙ୍କାରେ ନିମ୍ନମାନର ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି ତେବେ ଏହି ନିର୍ମାଣ ପାଇଁ ଦାୟୀ କିଏ ତାକୁ ନେଇ ପ୍ରଶ୍ନ ଉଠିଛି