ଆନନ୍ଦପୁରରେ ହରିଶ୍ଚନ୍ଦ୍ର ଯୋଜନାରେ ଦୁର୍ନୀତି : ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଞ୍ଚ

Advertisment

ଆନନ୍ଦପୁରରେ ହରିଶ୍ଚନ୍ଦ୍ର ଯୋଜନାରେ ଦୁର୍ନୀତି ଅଭିଯୋଗ । ଟଙ୍କା ଲୁଟିବା ପାଇଁ ୨୦ରୁ ଅଧିକ ଲୋକଙ୍କୁ ଦୁଇ ଦୁଇଥର ଜୁଇରେ ଶୁଆଇ ଦେଇଥିବା ଅଭିଯୋଗ ହୋଇଛି

ଆନନ୍ଦପୁରରେ ହରିଶ୍ଚନ୍ଦ୍ର ଯୋଜନାରେ ଦୁର୍ନୀତି ଅଭିଯୋଗ । ଟଙ୍କା ଲୁଟିବା ପାଇଁ ୨୦ରୁ ଅଧିକ ଲୋକଙ୍କୁ ଦୁଇ ଦୁଇଥର ଜୁଇରେ ଶୁଆଇ ଦେଇଥିବା ଅଭିଯୋଗ ହୋଇଛି

WhatsApp Image 2025-05-05 at 7.23.06 PM

Photograph: (kanaknews)

କନକବ୍ୟୁରୋ : ଆନନ୍ଦପୁରରେ ହରିଶ୍ଚନ୍ଦ୍ର ଯୋଜନାରେ ଦୁର୍ନୀତି ଅଭିଯୋଗ । ଟଙ୍କା ଲୁଟିବା ପାଇଁ ୨୦ରୁ ଅଧିକ ଲୋକଙ୍କୁ ଦୁଇ ଦୁଇଥର ଜୁଇରେ ଶୁଆଇ ଦେଇଥିବା ଅଭିଯୋଗ ହୋଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳରେ ହରିଶ୍ଚନ୍ଦ୍ର ଯୋଜନାରେ ମନଇଚ୍ଛା ଟଙ୍କା ବଣ୍ଟାଯାଇଥିବା ନେଇ ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି  । ଏନେଇ ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଞ୍ଚ ପକ୍ଷରୁ ଘଷିପୁରା ଗାୟତ୍ରୀ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରାଯାଇ ପୂର୍ବ ସରକାର ଉପରେ ବର୍ଷିଛନ୍ତି ଯଜ୍ଞ ପ୍ରସାଦ ସାହୁ ।

ତଥ୍ୟ ଅନୁସାରେ, ୨୦୧୭ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସାମିଲ କରିବା ପାଇଁ ୨୦୧୯ରେ ମରିଥିବା ଦର୍ଶାଯାଇଛି । ସେହିପରି ୨୦୧୯ରେ ୯୪ ଜଣଙ୍କର ମୃତ୍ୟୁ ହୋଇଥିବା ଦର୍ଶାଇ ଜଣ ପ୍ରତି ୩ ହଜାର ଟଙ୍କା ହିସାବରେ ସେମାନଙ୍କ ସମ୍ପର୍କୀୟଙ୍କୁ ମୋଟ୍ ୨ ଲକ୍ଷ ୮୨ ହଜାର ଟଙ୍କା ପ୍ରଦାନ କରାଯାଇଛି । ସମାନ ବର୍ଷ ଜଣେ ବ୍ୟକ୍ତ ଦୁଇ ଦୁଇ ଥର ମୃତ୍ୟୁ ବରଣ କରିଥିବା ଦର୍ଶାଇ ଟଙ୍କା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି । ହରିଶ୍ଚନ୍ଦ୍ର ସହାୟତା ରାଶି ଲୁଟ୍ ପାଇଁ ଶତାଧିକ ବ୍ୟକ୍ତିଙ୍କୁ ଦୁଇ ଦୁଇ ଥର ଶ୍ମଶାନ ଜୁଇରେ ଶୁଆଇ ଦିଆଯାଇଛି ବୋଲି ଅଭିଯୋଗ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe