ଖଣି ପାଣ୍ଠି ଗଲା କୁଆଡେ? କାନ୍ଦୁଛି କନ୍ଦାଧୁଆ

ସୁନ୍ଦରଗଡ଼ ଖଣିଜ ପାଣ୍ଠି । ଡିଏମଏଫ୍ ଖର୍ଚ୍ଚରେ ଦୁର୍ନୀତି ସନ୍ଦେହ  । ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ବି ହୋଇନି କାମ  । ଏବେ ବି ସୁଧୁରିପାରନି କନ୍ଦାଧୁଆ ଗାଁର ଭାଗ୍ୟ  । ସୂଚନା ଅଧିକାର ଆଇନରୁ ତଥ୍ୟ ମିଳିବା ପରେ ସ୍ବଚ୍ଛତା ନେଇ ଉଠିଲା ପ୍ରଶ୍ନ ।

ସୁନ୍ଦରଗଡ

ସୁନ୍ଦରଗଡ Photograph: (କନକ ନ୍ୟୁଜ)

କନକ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପାଣ୍ଠି- ଡିଏମଏଫ୍ ଖର୍ଚ୍ଚରେ ଦୁର୍ନୀତି ସନ୍ଦେହ । ଖଣି କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ଖଣିଜ ପାଣ୍ଠିରୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି, କିନ୍ତୁ କୌଣସି ଆଖିଦୃଶିଆ ଉନ୍ନୟନ କାମ ହୋଇନାହିଁ। 

କେମିତି ଖର୍ଚ୍ଚ ହୋଇଛି ଡିଏମଏଫ୍?
 ଜଳଜଳ ଦିଶୁଛି ବାବୁଙ୍କ କାରସାଦି
 
୨୦୧୫-୧୬ରୁ ୨୦୨୪ ମେ ମାସ ପର୍ୟ୍ୟନ୍ତ ସୁନ୍ଦରଗଡ଼ ଡିଏମଏଫକୁ ଆସିଥିଲା ୭ ହଜାର ୬୫୦ କୋଟି ୩୮ ଲକ୍ଷ ଟଙ୍କା । ସେଥିରୁ ଖର୍ଚ୍ଚ ହୋଇଛି ୫ ହଜାର ୯୩୩ କୋଟି ୧୭ ଲକ୍ଷ ଟଙ୍କା । ପ୍ରଥମ ୭ ବର୍ଷରେ ୧ ହଜାର ୪୩୩ କୋଟି ଟଙ୍କା ଖର୍ଚ୍ଚ କରଯାାଇଥିଲା । ହେଲେ ୨୦୨୧-୨୨ରୁ ୨୦୨୩-୨୪ ପର୍ୟ୍ୟନ୍ତ ତିନିଟି ଆର୍ଥିକବର୍ଷରେ ୪ ହଜାର ୪୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ମିଳିବା ପରେ ଡିଏମଏଫ ଖର୍ଚ୍ଚରେ ସ୍ବଚ୍ଛତା ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଏ ହେଉଛି ସୁନ୍ଦରଗଡ଼ ଜିଲ୍ଲାର ସର୍ବାଧିକ ଖଣି ପ୍ରଭାବିତ ହେମଗିରି ବ୍ଲକ୍ କନ୍ଦାଧୁଆ ଗାଁ । ରାସ୍ତ ନାହିଁ । ଗାଁ ମୁଣ୍ଡରେ ପଥୁରିଆ ନାଳକୁ କଷ୍ଟେମଷ୍ଟେ ଅତିକ୍ରମ କଲେ ଗାଁକୁ ଯାଇ ହୁଏ। ଅମ୍ବୁଲାନ୍ସ ଗାଁ ଭିତରକୁ ଆସି ପାରୁନଥିବାରୁ  କିଏ ବେମାର ପଡ଼ିଲେ ଖଟିଆ ହିଁ ଭରସା । ଯେଉଁଠି ମଣିଷ ଓ ଗାଈଗୋରୁ ଗାଧୁଆ, ତାହା ହିଁ ପାନୀୟଜର ଠିକଣା । ଅଙ୍ଗନବାଡ଼ି ନାହିଁ। ସ୍କୁଲ ତିଆରି ହୋଇଥିଲେ ବି ବନ୍ଦ ହୋଇଯିବାରୁ ନାଳ ପାର୍ କରି ୫ କିଲୋମିଟର ଗଲେ ହିଁ ସ୍କୁଲ ପଡ଼େ। ତେଣୁ ପିଲା  ସ୍କୁଲ ବାଟ ହୁଡ଼ିଲେଣି । ମୌଳିକ ସୁବିଧା କିଛି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe