କନକ ବ୍ୟୁରୋ: ୫-ଟି କାମର ସ୍ୱଚ୍ଛତାକୁ ନେଇ ପୂର୍ବ ସରକାର ଡିଣ୍ଡିମ ପିଟୁଥିବା ବେଳେ ଏହାକୁ ନେଇ ଗୋଟିଏ ପରେ ଗୋଟିଏ ଦୁର୍ନୀତି ସାମନାକୁ ଆସୁଛି । ସମ୍ବଲପୁର କୁଚିଣ୍ଡା ଫାଶୀମାଲ ଆଞ୍ଚଳିକ କଲେଜ ସାଜିଛି ଏହାର ଜ୍ବଳନ୍ତ ଉଦାହରଣ । କଲେଜ ଘର ତିଆରିର ଅଳ୍ପ କେଇଟା ମାସରେ ଛାତରୁ ପ୍ଲାଷ୍ଟର ଖସିଲାଣି । ଯାହା କାମର ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଫାଇଭ-ଟି ଅଧୀନରେ ୨୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ, ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫାଶୀମାଲ ଆଞ୍ଚଳିକ କଲେଜର ନୂତନ ଗୃହ ନିର୍ମାଣ କରାଯାଇଛି । ହେଲେ ନିର୍ମାଣ ହେବାର ଦିନ କେଇଟା ପରେ ଛାତରୁ ପ୍ଲାଷ୍ଟର ଛାଡ଼ିବା ସହ କାନ୍ଥ ଫାଟି ଆଁ କରିଛି । ଗତ ୨୧ ତାରିଖରେ ୨ଜଣ ଅଧ୍ୟାପକ ଓ କିରାଣୀ କଲେଜରେ କାମ କରୁଥିବା ସମୟରେ ଛାତରୁ ଏକ ବଡ଼ ପ୍ଲାଷ୍ଟର ଖସି ଆହତ ହୋଇଥିଲେ । ଏନେଇ ଖବର ପାଇ ଠିକାଦାର ତୁରନ୍ତ ଆସି ଏହାର ମରାମତି କରି ଚାଲିଯାଇଥିଲେ । ହେଲେ ଦୁର୍ଭାଗ୍ୟର ବିଷୟ ପୁଣି ଥରେ ସେହି ଜାଗାରୁ ପ୍ଲାଷ୍ଟର ଖସିଯାଇଛି।
ସରକାରୀ ଅର୍ଥ ହରିଲୁଟ କରି ଠିକାଦାର ନିମ୍ନ ମାନର କାମ କରିଥିବା ଅଭିଯୋଗ କରାଯାଇଛି । ଘଟଣାର ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜମନକିରା ବିଡ଼ିଓ । ନୂଆ ବିଲଡିଂରୁ ପ୍ଳାଷ୍ଟର ଖସିବାରୁ କଲେଜର ପ୍ରାୟ ସମସ୍ତେ ଭୟଭୀତ ହୋଇପଡ଼ିଛନ୍ତି । ଛାତ୍ରଛାତ୍ରୀ ମାନେ ମଧ୍ୟ ଏଠାରେ ପାଠ ପଢ଼ିବାକୁ ବିପଦ ମନେକରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/01/26/wIwfblbF04noevcC8qcv.jpg)