କନକ ବ୍ୟୁରୋ: ଜଙ୍ଗଲ ଭିତରେ ଚାଲିଛି ଡ୍ରେନ୍ କାମ। କିଛି ସ୍ଥାନରେ ପୁରୁଣା ଡ୍ରେନର କାନ୍ଥକୁ ନୂଆ ଯୋଜନାରେ ସାମିଲ କରାଯାଇଛି। ଯେଉଁଠି ନୂଆ ନିର୍ମାଣ ହେଉଛି ତାହା ମଧ୍ୟ ଅତି ନିମ୍ନମାନର। ମୟୂରଭଞ୍ଜ କପ୍ତିପଦା ବ୍ଲକ ଶରତ କାଦବାହାଳୀ ଗାଁ ନିକଟରେ ଚାଲିଛି କେନାଲ କାମ। କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ କରାଯାଉଥିବା କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଠିକାଦାର ମନଇଛା କାମ କରୁଥିବା ବେଳେ ଡ୍ରେନ୍ ପାଇଁ ପଡୁଥିବା କଂକ୍ରିଟ ଅତି ନିମ୍ନମାନର! ବାଲି ଓ ଅଳ୍ପ ସିମେଣ୍ଟ ବ୍ୟବହାର ଯୋଗୁଁ ହାତ ମାରିଲେ କଂକ୍ରିଟ ଛାଡ଼ି ଯାଉଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକ।
ଦେଖନ୍ତୁ ଏହି ପୋଖରୀକୁ। କେନାଲ ଯୋଗେ ଜମିରେ ମାଡ଼ିବ ପୋଖରୀ ପାଣି। ଉପକୃତ ହେବେ ଚାଷୀ। ହେଲେ ଖରାଦିନେ ଶୁଖି ଯାଉଥିବା ପୋଖରୀକୁ ଢାଲ କରି ସରକାରୀ ତହବିଲ ଖାଲି କରିବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛ। ସେପଟେ ଠିକାଦାର କାହାକୁ ଭୟ କରୁନଥିବା ବେଳେ ବିଭାଗୀୟ ଜେଇ ଏବଂ ଏସଡିଓ ଗଣମାଧ୍ୟମରେ ମୁହଁ ଖୋଲୁନାହାନ୍ତି।
ଜଙ୍ଗଲ ଭିତରେ ବାଟ ହୁଡ଼ିଥିବା ଯୋଜନାର ସଠିକ୍ ତଦନ୍ତ କରାଯିବା ସହ ଦୃଢ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/09/IWzYLSPF8uI4JA9l1ADL.jpg)