କନକ ବ୍ୟୁରୋ : ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ଅନେକ ଯୋଜନା । ହେଲେ ଏସବୁ ସତରେ କାମରେ ଲାଗୁଛି ନା ଲୋକ ଦେଖାଣିଆ ତାହା ଏକ ପ୍ରଶ୍ନ । ୫ଟି ଯୋଜନାରେ ବିଦ୍ୟାଳୟକୁ ୨ ବର୍ଷ ତଳେ ବିଭିନ୍ନ ସରଞ୍ଜାମ ଆସିଲାଣି । ହେଲେ ତାହା କାମରେ ଲାଗିପାରୁନି । ଗୋଟିଏ କି ଦୁଇଟି ନୁହେଁ, କେନ୍ଦ୍ରାପଡ଼ା ଡେରାବିଶ ବ୍ଲକର ୧୨ଟି ବିଦ୍ୟାଳୟରେ ଦେଖାଦେଇଛି ଏହି ଅବ୍ୟବସ୍ଥା ।
କମ୍ପ୍ୟୁଟର୍ ଅଛି । ସ୍ମାର୍ଟ ଲାଇବ୍ରେରୀ, ସାଇନ୍ସ ଲ୍ୟାବ୍ ପାଇଁ ଆସିଛି ସବୁ ସରଞ୍ଜାମ । ହେଲେ କେଉଁଥିରୁ ଜରି ଖୋଲା ହୋଇନି । ସେଥିରେ ହିଁ ବାନ୍ଧି ହୋଇଯାଇଛି ପିଲାଙ୍କ ଭବିଷ୍ୟତ । ଡେରାବିଶ ବ୍ଲକ ମୁକୁନ୍ଦପୁର ଉଚ୍ଚ ବିଦ୍ୟାଳୟରେ ଭିତ୍ତିଭୂମି ଥାଇ ବି ପିଲାମାନେ କମ୍ପ୍ୟୁଟର ଶିଖିନାହାନ୍ତି । ବିଜ୍ଞାନ ପ୍ରାକ୍ଟିକାଲ୍ ବି ହୋଇପାରୁନି । କାରଣ ଖୋଳରୁ ବାହାରିପାରୁନି ଲ୍ୟାବ୍ ସାମଗ୍ରୀ ।
ଖାଲି ମୁକୁନ୍ଦପୁର ଉଚ୍ଚ ବିଦ୍ୟାଳୟ ନୁହେଁ, ରାମଚନ୍ଦ୍ର ବିଦ୍ୟାପୀଠ, ସବଳଙ୍ଗ ବିଦ୍ୟାଳୟ ସବୁଠି ସମାନ ଅବସ୍ଥା । ବିଲ୍ ନେଇ ଠିକାଦାର ଫେରାର ! ଅଜଣା ଶିକ୍ଷାଧିକାରୀ । ଠିକାଦାର କାମରେ ଲଗାଇବା ବଦଳରେ ସାମଗ୍ରୀ ରଖି ଚାଲିଯାଇଛନ୍ତି । ଆଉ ବ୍ଲକ ପ୍ରଶାସନ ଠିକା ସଂସ୍ଥାକୁ ବିଲ୍ କରିଦେଇଛି । ଡେରାବିଶ ବ୍ଲକର ୧୨ଟି ହାଇସ୍କୁଲରେ ଏଭଳି ସ୍ଥିତି ରହିଛି । ଆଉ ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖେ କୌଣସି ଖବର ନାହିଁ । ଜିଲ୍ଲାରେ ଶିକ୍ଷାର ଏପରି ଅବ୍ୟବସ୍ଥା ହିଁ ପିଲାଙ୍କ ଭବିଷ୍ୟତ ସହ ଖେଳ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/16/corruption-in-5t-2025-09-16-18-13-18.jpg)