କନକ ବ୍ୟୁରୋ : ୨୦୨୧-୨୦୨୨ରେ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ୍ ପରମାଣପୁର ପଞ୍ଚାୟତ ଡୁମେରକାନି ରାସ୍ତାକଡ଼ରେ ଚାରା ରୋପଣ କରାଯାଇଥିଲା । ମନରେଗାରେ ହୋଇଥିବା ଏହି ପ୍ରକଳ୍ପର ପରିଚାଳନା ଦାୟିତ୍ବ ପରମାଣପୁର ପଞ୍ଚାୟତକୁ ଦିଆଯାଇଥିବା ଫଳକରେ ଦର୍ଶାଯାଇଛି । ଏଥି ସହିତ ୨ ହେକ୍ଟର ଜମିରେ ପିଜୁଳି ଓ କାଜୁଗଛ ଲଗାଇବା ପାଇଁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଫଳକରେ ଦର୍ଶାଯାଇଥିଲେ ବି କାଜୁ କି ପିଜୁଳିର ଗୋଟିଏ ବି ଗଛ ଦେଖିବାକୁ ମିଳୁନାହିଁ ।  

Advertisment

କାଜୁ ଓ ପିଜୁଳି ଗଛର ଯାଞ୍ଚ କରୁକରୁ ନଜରକୁ ଆସିଥିଲା ଆଉ ୨ଟି ଫଳକ । ଗୋଟିଏ ଫଳକରେ ୨୦୨୩-୨୦୨୪ରେ ସେହି ସ୍ଥାନରେ ବୃକ୍ଷରୋପଣ ପାଇଁ ୬୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି । ଆଉ ଏକ ଫଳକ ଉଲ୍ଲେଖ ରହିଛି, ଡୁମେରକାନି ରାସ୍ତାରେ ପିଜୁଳି ଓ ଆମ୍ବଚାରା ରୋପଣ ହୋଇଥିବା ଦର୍ଶାଯାଇଛି । ସେଠାରେ ବି ଗଛ ନାହିଁ । ତେବେ ବଗିଚାରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ପରମାଣପୁର ସରପଞ୍ଚ କହିଛନ୍ତି ।

 ଫଳକ କହୁଛି, ଗଛ ଲାଗିଛି । କିନ୍ତୁ ସଂପୃକ୍ତ ଅଞ୍ଚଳ ଦେଖିଲେ ଲାଗୁଛି, ପ୍ରକୃତରେ ଗଛ ଲାଗିଛି କି ନାହିଁ ? ତାକୁ ନେଇ ଉଠିଛି ପ୍ରଶ୍ନ ? ଏହା ଗୋଟିଏ ପଞ୍ଚାୟତର ଅଭିଯୋଗ । ବୃକ୍ଷରୋପଣ ଆଳରେ ଆଉ କେଉଁଠି କେତେ ବାଟମାରଣା ହୋଇଛି ? ତଦନ୍ତ ହେଲେ ସତ ପଦାକୁ ଆସିବ ।