ବିହାର ବିପିଏସସି ପରୀକ୍ଷାରେ ଦୁର୍ନୀତି ଅଭିଯୋଗ । ପାଟନାରେ ଆଶାୟୀଙ୍କ ପ୍ରଦର୍ଶନ, ପୁଲିସର ଲାଠିଚାର୍ଜ୍ ।

Advertisment

ବିପିଏସସି ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗ ଘଟଣାରେ ଛାତ୍ରଛାତ୍ରୀଙ୍କୁ ମିଳୁଛି ରାଜନୈତିକ ଦମଳମାନଙ୍କ ସମର୍ଥନ କଂଗ୍ରେସ,ଆପ ପରେ ଜନ ସୁରାଜ ସାମିଲ । ଦାବି ମାନିବାକୁ ରାଜ୍ୟସରକାରଙ୍କୁ ୪୮ଘଣ୍ଟାର ସମୟ ଦେଲେ ବିକ୍ଷୋଭକାରୀ ।

ବିପିଏସସି ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗ ଘଟଣାରେ ଛାତ୍ରଛାତ୍ରୀଙ୍କୁ ମିଳୁଛି ରାଜନୈତିକ ଦମଳମାନଙ୍କ ସମର୍ଥନ କଂଗ୍ରେସ,ଆପ ପରେ ଜନ ସୁରାଜ ସାମିଲ । ଦାବି ମାନିବାକୁ ରାଜ୍ୟସରକାରଙ୍କୁ ୪୮ଘଣ୍ଟାର ସମୟ ଦେଲେ ବିକ୍ଷୋଭକାରୀ ।

biharff

biharff Photograph: (biharff)

କନକ ବ୍ୟୁରୋ: ବିହାରରେ ଆନ୍ଦୋଳନତର ଛାତ୍ରଙ୍କ ଉପରେ ଲାଠିଚାର୍ଜ ଘଟଣାରେ ଜୋର ଧରିଲା ରାଜନୀତି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମ୍ବେଦନହୀନ ନେତା କହିଲେ ବର୍ଷିଲେ ବିରୋଧୀ । ସେପଟେ ଛାତ୍ରଙ୍କ ସମର୍ଥନରେ ବାହାରିଲେ ତେଜସ୍ବୀ ଓ ପ୍ରଶାନ୍ତ କିଶୋର । ତୁରନ୍ତ ତଦନ୍ତ ଓ ପୁନଃପରୀକ୍ଷା ପାଇଁ ତେଜିଲା ଦାବି । 
 
ବିହାର ପବ୍ଲିକ ସର୍ଭିସ କମିଶନ ବା ବିପିଏସ୍‌ସି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ପୁନଃ ପରୀକ୍ଷା ଦାବି କରୁଥିବା ବେଳେ ପୁଲିସ୍‌ ସେମାନଙ୍କ ଉପରେ ଲାଠିଚାର୍ଜ କରିଛି । ଶୀତୁଆ ସନ୍ଧ୍ୟାରେ ସେମାନଙ୍କୁ ପାଣି ମାଡ଼ କରାଯାଇଛି । ଶିକ୍ଷାର୍ଥୀମାନେ ୭୦ତମ ଯୁଗ୍ମ ପ୍ରବେଶିକା ପରୀକ୍ଷା-ସିସିଇ ପୁଣି କରିବାକୁ ପାଟନାରେ ନିଜର ଆନ୍ଦୋଳନ ତୀବ୍ର କରିଛନ୍ତି ।
 

  • ଆଶାୟୀଙ୍କ ଉପରେ ପୋଲିସର ବର୍ବରତା
  • ନୀତୀଶ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

ପୋଲିସ ଏଭଳି ବର୍ବରତାକୁ ନେଇ କ୍ଷୋବ ପ୍ରକାଶ କରିଛନ୍ତି ପ୍ରଶାନ୍ତ କିଶୋର । ଆଶାୟୀଙ୍କ ସହ ବସି ପ୍ରତିବାଦ କରିଛନ୍ତି । ସେପଟେ ଆଶାୟୀଙ୍କୁ ଆନ୍ଦୋଳନ ପାଇଁ ଉସକାଇବା ଅଭିଯୋଗରେ ପ୍ରଶାନ୍ତ କିଶୋରଙ୍କ ବିରୋଧରେ ଥାନାରେ ମାମଲା ହୋଇଛି । ଆଜି ଆଶାୟୀ ବିହାର ବନ୍ଦର ଡାକରା ଦେଇଥିଲେ । ଯାହାର ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା । 
 
ତେବେ ବିହାର ପବ୍ଲିକ ସର୍ଭିସ କମିଶନ(ବିପିଏସ୍‌ସି)ର ଡିସେମ୍ବର ୧୩ରେ ହୋଇଥିବା ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଶାୟୀମାନେ ପୁନଃ ପରୀକ୍ଷା ଦାବିରେ ଆନ୍ଦୋଳନ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe