ଗଣେଶ ପୂଜାରେ କର୍ପୋରେଟରଙ୍କ ଗୁଣ୍ତାଗିରି; ହାତରେ ବନ୍ଧୁକ ଧରି ବୁଲିଲେ, ଭିଡିଓ ଭାଇରାଲ..

Advertisment

ଭୁବନେଶ୍ୱର ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତ ଗଣେଶ ପୂଜା ବେଳେ ବନ୍ଧୁକ ଧରି ନାଚିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଭୁବନେଶ୍ୱର ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତ ଗଣେଶ ପୂଜା ବେଳେ ବନ୍ଧୁକ ଧରି ନାଚିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

corporator

କନକ ବ୍ୟୁରୋ : ବନ୍ଧୁକ ଧରି ନାଚିଲେ ଜୀବନ ରାଉତ । ଭୁବନେଶ୍ୱର ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତ ଗଣେଶ ପୂଜା ବେଳେ ବନ୍ଧୁକ ଧରି ନାଚିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଗତକାଲି ରାତିରେ ୟୁନିଟ ୯ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଯଦି ଯୁବପିଢି ଖେଳନା ବନ୍ଧୁକ ଧରି ରିଲ୍ସ କରୁଛି, ତେବେ ତାକୁ ନେଇ ପଚରାଉଚରା କରୁଛି ପୋଲିସ । କିନ୍ତୁ ରାଜଧାନୀର ଛାତି ଉପରେ ଜଣେ ରାଜନେତା ଏଭଳି କଲେ କେମିତି ? ପୂର୍ବରୁ ଜୀବନଙ୍କ ନାଁରେ ଅନେକ କେସ୍ ରହିଛି । କିଛିଦିନ ତଳେ ପଳାଶୁଣି ଛକରେ ଜଣେ ପେଟ୍ରୋଲିଂ କରୁଥିବା ପୋଲିସକୁ ମାଡ଼ ମାରି ଗିରଫ ହୋଇଥିଲେ କର୍ପୋରେଟର ଜଣଙ୍କ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe