କନକ ବ୍ୟୁରୋ : ବନ୍ଧୁକ ଧରି ନାଚିଲେ ଜୀବନ ରାଉତ। ଭୁବନେଶ୍ୱର ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତ ଗଣେଶ ପୂଜା ବେଳେ ବନ୍ଧୁକ ଧରି ନାଚିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଗତକାଲି ରାତିରେ ୟୁନିଟ ୯ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଯଦି ଯୁବପିଢି ଖେଳନା ବନ୍ଧୁକ ଧରି ରିଲ୍ସ କରୁଛି, ତେବେ ତାକୁ ନେଇ ପଚରାଉଚରା କରୁଛି ପୋଲିସ । କିନ୍ତୁ ରାଜଧାନୀର ଛାତି ଉପରେ ଜଣେ ରାଜନେତା ଏଭଳି କଲେ କେମିତି ? ପୂର୍ବରୁ ଜୀବନଙ୍କ ନାଁରେ ଅନେକ କେସ୍ ରହିଛି । କିଛିଦିନ ତଳେ ପଳାଶୁଣି ଛକରେ ଜଣେ ପେଟ୍ରୋଲିଂ କରୁଥିବା ପୋଲିସକୁ ମାଡ଼ ମାରି ଗିରଫ ହୋଇଥିଲେ କର୍ପୋରେଟର ଜଣଙ୍କ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/HXlA2iypMApaoryulhm1.jpg)