କନକ ବ୍ୟୁରୋ : ମେ ମାସ ୨ୟ ସପ୍ତାହରୁ ଦେଶରେ ପୁଣି କରୋନା ସଂକ୍ରମିତ ଚିହ୍ନଟ ହେଲେଣି ।   କ୍ରମଶଃ  ରୋଗୀଙ୍କ ସଂଖ୍ୟା ବଢ଼ିବାରୁ ପୁଣି ଚିନ୍ତାରେ ଦେଶ । କରୋନା ପ୍ରଜାତି ଓମିକ୍ରନର ଉପପ୍ରଜାତି ଜେଏନ ଡଟ ୱାନର ସଂକ୍ରମଣ ଦ୍ରୁତ ଗତିରେ ମାଡୁଛି । ଏବେ ସୁଦ୍ଧା ଦେଶରେ ୪ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ମନରେ ପୁଣି ଛନକା ପଶିଲାଣି । ଦିଲ୍ଲୀ, ମହାରାଷ୍ଟ୍ର, ହରିୟାଣା, କେରଳ, ଉତରପ୍ରଦେଶ ଓ ମଧ୍ୟପ୍ରଦେଶ ସରକାର ସର୍ତକତା ଆପଣାଇ ମାର୍ଗଦର୍ଶିକା ଜାରି କରିଛନ୍ତି ।

Advertisment

ଚିକିତ୍ସକଙ୍କ ମତରେ ଜେଏନଡଟୱାନ ଭତାଣୁର ଦ୍ରୁତ ଗତିରେ ମାଡୁଛି ତଥାପି ଏତେ କ୍ଷତିକାରକ ନହୋଇପାରେ । ତଥାପି ସତର୍କ ରହିବା ଆବଶ୍ୟକ । ରାଜ୍ୟଗୁଡିକ ଡାକ୍ତରଖାନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କହିବାକୁ କୁହାଯାଉଛି ।

ସୂଚନା ଅନୁସାରେ ୨୦୨୩ରେ ପ୍ରଥମଥର ପାଇଁ ଆମେରିକାରେ ଏହି ଭୂତାଣ ଚିହ୍ନଟ ହୋଇଥିଲା । ତେବେ ଚଳିତବର୍ଷ ମାର୍ଚ୍ଚମାସରୁ ସିଙ୍ଗାପୁର,ଥାଇଲାଣ୍ଡ ଓ ହଙ୍କକଙ୍ଗରେ ସଂକ୍ରମିତଙ୍କ   ସଂଖ୍ୟା  ବଢ଼ିବା ସହ କ୍ରମଶଃ  ଏହା ଭାରତ ସମେତ ଅନେକ ଦେଶକୁ ବ୍ୟାପୁଛି । ପୂର୍ବ ସମସ୍ତ କରୋନାର ପ୍ରଜାତି ଓ ଉପପ୍ରଜାତିରେ ଆକ୍ରାନ୍ତଙ୍କ ନିକଟରେ ପ୍ରକାଶ ପାଉଥିବା ଲକ୍ଷଣ ଓ ଜେଏନଡଟ ୱାନ ସଂକ୍ରମିତଙ୍କ ନିକଟରେ ଦେଖାଯାଉଥିବା ଲକ୍ଷଣ ପ୍ରାୟତ ସମାନ ।