ବଢ଼ିଲା କୋଭିଡ୍ ପଜିଟିଭଙ୍କ ସଂଖ୍ୟା; ଡାକ୍ତର ବି ହେଲେ କରୋନା ପଜିଟିଭ୍

Advertisment

ଓଡ଼ିଶାରେ ମଧ୍ୟ ୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ଜଣେ ଖୋର୍ଦ୍ଧାର ହୋଇଥିବାବେଳେ, ଆଉ ବାକି ୪ ଜଣ ଭୁବନେଶ୍ୱରର । ମିଳିଥିବା ସୂଚନା ମୁତାବକ, ଏହି ୫ ଜଣ କୋଭିଡ୍ ପଜିଟିଭଙ୍କ ଭିତରୁ ୪ ଜଣ ପୁରୁଷ ଥିବାବେଳେ, ଜଣେ ମହିଳା ବୋଲି ଜଣାପଡ଼ିଛି ।

ଓଡ଼ିଶାରେ ମଧ୍ୟ ୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ଜଣେ ଖୋର୍ଦ୍ଧାର ହୋଇଥିବାବେଳେ, ଆଉ ବାକି ୪ ଜଣ ଭୁବନେଶ୍ୱରର । ମିଳିଥିବା ସୂଚନା ମୁତାବକ, ଏହି ୫ ଜଣ କୋଭିଡ୍ ପଜିଟିଭଙ୍କ ଭିତରୁ ୪ ଜଣ ପୁରୁଷ ଥିବାବେଳେ, ଜଣେ ମହିଳା ବୋଲି ଜଣାପଡ଼ିଛି ।

covid 19

covid 19 Photograph: (KANAK NEWS)

କନକ ବ୍ୟୁରୋ: ପୁଣି ଚିନ୍ତା ବଢ଼ାଇଲା କରୋନା । ଲଗାତାର ଦେଶରେ ଏବେ କରୋନା ପଜିଟିଭଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ଭିତରେ ବିହାରରୁ ଯେଉଁ ଖବର ଆସିଛି ତାହା ଚିନ୍ତାଜନକ । ବିହାରରେ ଆଜି ୭ ଜଣ ଲୋକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, ପାଟଣା ଏମ୍ସର ଜଣେ ଡାକ୍ତରଙ୍କ ସମେତ ୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ହେଲେ ସମସ୍ତ ପଜିଟିଭଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି । ଏହାସହିତ ସେମାନେ କାହା କାହା ସମ୍ପର୍କରେ ଆସିଥିଲେ, ସେନେଇ ମଧ୍ୟ ଛାନଭିନ୍ କରାଯାଉଛି ।

ଭାରତରେ ଗତ ଗୋଟିଏ ସପ୍ତାହ ମଧ୍ୟରେ ୭୫୨ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଭାରତରେ କୋଭିଡ୍ ପଜିଟିଭଙ୍କ ସଂଖ୍ୟା ହଜାରେ ଟପିଛି । ଖାସ୍ କରି କେରଳ, ମହାରାଷ୍ଟ୍ର, ଦିଲ୍ଲୀ ଭଳି ରାଜ୍ୟରେ ଲଗାତାର କୋଭିଡ୍ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏପଟେ ଓଡ଼ିଶାରେ ମଧ୍ୟ ୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ଜଣେ ଖୋର୍ଦ୍ଧାର ହୋଇଥିବାବେଳେ, ଆଉ ବାକି ୪ ଜଣ ଭୁବନେଶ୍ୱରର । ମିଳିଥିବା ସୂଚନା ମୁତାବକ, ଏହି ୫ ଜଣ କୋଭିଡ୍ ପଜିଟିଭଙ୍କ ଭିତରୁ ୪ ଜଣ ପୁରୁଷ ଥିବାବେଳେ, ଜଣେ ମହିଳା ବୋଲି ଜଣାପଡ଼ିଛି ।

ସେପଟେ କେରଳରେ ୩୩୫ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଯାହାଫଳରେ ସେଠାରେ କୋଭିଡ୍ ପଜିଟିଭଙ୍କ ସଂଖ୍ୟା ୪୩୦କୁ ବୃଦ୍ଧି ପାଇଛି । ସେହିପରି ମହାରାଷ୍ଟ୍ରରେ ୧୫୩ ଏବଂ ଦିଲ୍ଲୀରେ ୯୯ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ଗୁଜରାଟରୁ ୮୩, କର୍ଣ୍ଣାଟକରୁ ୪୭, ଉତ୍ତରପ୍ରଦେଶରୁ ୧୫ ଏବଂ ପଶ୍ଚିମବଙ୍ଗରୁ ୧୨ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe