କନକ ବ୍ୟୁରୋ : ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କଟକ ଜିଲ୍ଲାରେ ୨୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି । ଏମାନଙ୍କ ମଧ୍ୟରୁ ୫ ଜଣ ହସ୍ପିଟାଲରେ ଥିବା ବେଳେ ବାକି ୧୭ ଜଣ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି, କଟକରେ ଭୟାବହ ପରିସ୍ଥିତି ନାହିଁ । ଲକ୍ଷଣ ଥିଲେ ଘରେ ରୁହନ୍ତୁ, ମାସ୍କ ପିନ୍ଧନ୍ତୁ, ଭିଡ଼ ଭିତରକୁ ଯାଆନ୍ତୁ ନାହିଁ, ଚିକିତ୍ସା କରାନ୍ତୁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ହୋତା କହିଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ହାତ ସାନିଟାଇଜ କରିବା, କାଶ କିମ୍ବା ଛିଙ୍କ ହେଲେ ରୁମାଲ ବା ମାସ୍କ ବ୍ୟବହାର କରିବା, ଶରୀର ଅସୁସ୍ଥ ଥିଲେ ଭିଡ଼ଠୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ମନ୍ତ୍ରାଳୟ । ସେହିପରି ଶ୍ବାସଜନିତ ସମସ୍ୟା କିମ୍ବା ଅସୁସ୍ଥ ଅନୁଭବ କଲେ ତୁରନ୍ତ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ପରାମର୍ଶ ଦିଆଯାଇଛି । ଅଯଥା ଗୁଜବକୁ ବିଶ୍ବାସ ନକରିବାକୁ କହିଛି ମନ୍ତ୍ରାଳୟ । ସେପଟେ ସମସ୍ତ ରାଜ୍ୟକୁ ଆବଶ୍ୟକୀୟ ପରିମାଣର ଅକ୍ସିଜେନ ମହଜୁଦ ରଖିବା ସହ ମେଡ଼ିକାଲ ବେଡ, ଭେଣ୍ଟିଲେଟର, ଆବଶ୍ୟକୀୟ ପରିମାଣର ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ମାର୍ଗଦର୍ଶିକା ଆସିବା ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଜରୁରୀକାଳୀନ ମକଡ୍ରିଲ କରାଯାଇଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ଉପ-ଅଧିକ୍ଷକ । ଅକ୍ସିଜେନ ଯାଞ୍ଚ ସମେତ ଆଇସୋଲେସନ ୱାର୍ଡ ପ୍ରସ୍ତୁତ ରଖାଯାଇଛି । ଏହା ସହ ଆବଶ୍ୟକସ୍ଥଳେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିବା ରୋଗୀଙ୍କ କୋଭିଡ ପରୀକ୍ଷା କରାଯାଉଛି । କେନ୍ଦ୍ରରୁ କୋଭିଡ ପରୀକ୍ଷା ନେଇ କୌଣସି ସ୍ବତନ୍ତ୍ର ମାର୍ଗଦର୍ଶିକା ଆସିବା ପରେ ଟେଷ୍ଟିଂ ସେଣ୍ଟର୍ ଖୋଲାଯିବ ବୋଲି କହିଛନ୍ତି ଉପଅଧିକ୍ଷକ ।
ରାଜ୍ୟରେ ବଢୁଛି କରୋନା ମିଟର, କଟକରେ ୨୨ ସଂକ୍ରମିତ ଚିହ୍ନଟ, ହୋମ୍ ଆଇସୋଲେସନରେ ଅଛନ୍ତି ୧୭ ଜଣ
ଏମାନଙ୍କ ମଧ୍ୟରୁ ୫ ଜଣ ହସ୍ପିଟାଲରେ ଥିବା ବେଳେ ବାକି ୧୭ ଜଣ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି, କଟକରେ ଭୟାବହ ପରିସ୍ଥିତି ନାହିଁ । ଲକ୍ଷଣ ଥିଲେ ଘରେ ରୁହନ୍ତୁ, ମାସ୍କ ପିନ୍ଧନ୍ତୁ, ଭିଡ଼ ଭିତରକୁ ଯାଆନ୍ତୁ ନାହିଁ, ଚିକିତ୍ସା କରାନ୍ତୁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ହୋତା କହିଛନ୍ତି ।
/kanak/media/media_files/2025/06/08/bHh2Xp0eLXKMic5rlHvo.jpg)