କନକ ବ୍ୟୁରୋ: ଦେଶରେ ପୁଣିଥରେ ବଢ଼ିଲାଣି କରୋନା ସଂକ୍ରମଣ ସଂଖ୍ୟା । ଦିଲ୍ଲୀରେ ଗତ ୩ ବର୍ଷ ପରେ ପ୍ରଥମ ଥର ପାଇଁ ୨୩ ଟି କରୋନା ମାମଲା ସାମ୍ନାକୁ ଆସିଛି ।   ଏହାସହ ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ ଓ କର୍ଣ୍ଣାଟକରେ ମଧ୍ୟ କରୋନା ସଂକ୍ରମଣ ଦେଖାଦେଇଛି । ଏଭଳି ସ୍ଥିତିରେ ଏସବୁ ରାଜ୍ୟର ପ୍ରତି ମେଡିକାଲରେ ଅକ୍ସିଜେନ୍ ସିଲିଣ୍ଡର ଓ ଆବଶ୍ୟକ ବେଡ୍ ପ୍ରସ୍ତୁତ ରଖିବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । 

Advertisment

ଅବଶ୍ୟ ଏ ଘଟଣାରେ ଆଶ୍ବସ୍ତିକର କଥା ହେଉଛି, ଏଯାଏ  ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ହାଲକା ଲକ୍ଷଣ ଦେଖାଦେଇଛି । ଏହାସହ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ଖବର ଆସିନାହିଁ । ଯଦିଓ ଦକ୍ଷିଣ ଏସିଆରେ କରୋନାର ଓମିକ୍ରନ୍ ଭାରିଆଣ୍ଟ  ସଂକ୍ରମଣ ବଢିବାରେ ଲାଗିଛି କିନ୍ତୁ ଏଯାଏ ଏହାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ’ଚିନ୍ତାଜନକ ଭାରିଆଣ୍ଟ’ ଭାବେ ବିବେଚନା କରାଯାଇନାହିଁ ।