ଯଦି ଘର ପାଇଁ ହୋମ୍ ଆପ୍ଲାଏନ୍ସ କିଣିବାକୁ ଭାବୁଛନ୍ତି ତେବେ ଆପଣଙ୍କ ପାଇଁ ବହୁତ ଭଲ ସୁଯୋଗ ଆସିଯାଇଛି । ୱାସିଙ୍ଗ୍ ମେସିନ୍ , କୁଲର୍ ଏବଂ ବ୍ଲୁଟୁଥ୍ ସ୍ପିକର୍ ଭଳି ହୋମ୍ ଆପ୍ଲାଏନ୍ସକୁ ୪୦ ରୁ ୫୦ % ରିହାତିରେ ଆପଣ କିଣି ପାରିବେ । ଏଥିପାଇଁ ଅନଲାଇନ୍ ଇ-କମର୍ସ ପ୍ଲାଟଫର୍ମ ଆମାଜନ୍ -ଫ୍ଲିପକାର୍ଟ ଏବଂ କ୍ରୋମା ଆଦିରେ ବ୍ୟାଙ୍କ ଅଫର୍ , ଏକ୍ସଚେଞ୍ଜ୍ ଅଫର୍ ଏବଂ ଡିସକାଉଣ୍ଟର ଭଲ ଲାଭ ମିଳୁଛି । ଏଠାରେ ଆମେ ଆପଣଙ୍କୁ କିଛି ଅଫର୍ ବିଷୟରେ କହୁଛୁ ଯାହାର ଲାଭ ଆପଣ ଉଠାଇ ପାରିବେ । 

Advertisment
amazon
amazon Photograph: (google)

Thomson ର ୭୫ ଲିଟରର କୁଲର୍ ଆପଣଙ୍କୁ ଫ୍ଲିପକାର୍ଟରେ ୩୩ ପ୍ରତିଶତ ରିହାତି ସହିତ ୬,୯୯୯ ଟଙ୍କାରେ ମିଳିଯିବ । କିନ୍ତୁ ଯଦି ଆପଣ ୭୮ ଲିଟରର କୁଲର୍ କିଣିବାକୁ ଚାହୁଛନ୍ତି , ତେବେ ସମାନ ଦାମ୍ ୬,୯୯୯ ଟଙ୍କାରେ Sansui ର କୁଲର୍ ମଧ୍ୟ କିଣି ପାରିବେ । ଅନଲାଇନ୍ ଆମାଜନ୍ ଏବଂ ଫ୍ଲିପକାର୍ଟରେ ଆପଣଙ୍କୁ କୁଲର୍ ଉପରେ ବିଭିନ୍ନ ବ୍ରାଣ୍ଡର ଡିଲ୍ ଅଫର୍ କରାଯାଉଛି । 

ଯଦି ଆପଣ Whirlpool ର ୭ କିଲୋଗ୍ରାମ୍ କ୍ଷମତା ବିଶିଷ୍ଟ ୱାସିଙ୍ଗ୍ ମେସିନ୍ କିଣୁଛନ୍ତି , ତେବେ ଏହା ଆପଣଙ୍କୁ ରିହାତି ସହିତ ୧୪ ରୁ ୧୫ ହଜାର ଟଙ୍କାରେ ମିଳିଯିବ । ଯଦି ଆପଣଙ୍କ ବଜେଟ୍ କମ୍ ଅଛି ଏବଂ କମ୍ ବଜେଟରେ ୱାସିଙ୍ଗ୍ ମେସିନ୍ କିଣିବାକୁ ଚାହୁଛନ୍ତି ତେବେ Thomson ର ୭.୫ କିଲୋଗ୍ରାମ୍ କ୍ଷମତାର ୱାସିଙ୍ଗ୍ ମେସିନ୍ ୮,୧୯୦ ଟଙ୍କାରେ କିଣିପାରିବେ । ଏହାଛଡ଼ା ଆପଣଙ୍କୁ ଅନେକ ବ୍ରାଣ୍ଡର ଅପ୍ସନ୍ ମଧ୍ୟ ଏଥିରେ ମିଳିଯିବ । ଯାହାକୁ ରିହାତି ସହ କିମ୍ବା ଇଏମଆଇ ଦ୍ବାରା ମଧ୍ୟ କିଣିପାରିବେ । 

ଯଦି ଆପଣ ହାଉସ୍ ପାର୍ଟି କିମ୍ବା ଅଫିସ୍ ସହକର୍ମୀଙ୍କ ସହ ଛୋଟ ପାର୍ଟି କରିବାକୁ ଚାହୁଛନ୍ତି ଏବଂ ଭଲ ସ୍ପିକରର ସନ୍ଧାନରେ ଅଛନ୍ତି ତେବେ ଅନଲାଇନରେ ଆପଣଙ୍କୁ ଭଲ ଅପ୍ସନ୍ ମିଳିଯିବ । ଏନେଇ ଆମାଜନ୍ ଏବଂ ଫ୍ଲିପକାର୍ଟରେ ବିଭିନ୍ନ ପ୍ରକାରର ଡିଲ୍ ମଧ୍ୟ ଉପଲବ୍ଧ ରହିଛି । ଏଠାରେ ଆପଣ ୧୧୦୦ ରୁ ୫୦୦୦ ଭିତରେ ଭଲ ସ୍ପିକର୍ କିଣି ପାରିବେ । ଏହି ହୋମ୍ ଆପ୍ଲାଏନ୍ସ ବିନା ସୁଧରେ ମାସିକ କିସ୍ତି ଦେଇ କିଣିବାର ସୁବିଧା ମଧ୍ୟ ଉପଲବ୍ଧ ରହିଛି । ଯେଉଁଥିରେ ଆପଣଙ୍କୁ ଏକାଥରକେ ସବୁ ଟଙ୍କା ଦେବାକୁ ପଡ଼ିବ ନାହିଁ । ଆପଣ ମାସିକ କିସ୍ତିରେ ଟଙ୍କା ଦେଇ ଯେକୌଣସି ପ୍ରଡ଼କ୍ଟ କିଣିପାରିବେ ।