କନକ ବ୍ୟୁରୋ: ହାର୍ଟଆଟାକ୍‌…ଏବେ ଘରେ ଘରେ ଏହି ରୋଗ ହେଉଛି । ଯୁବପିଢିଙ୍କଠାରୁ ଆରମ୍ଭ କରି ପ୍ରାପ୍ତ ବୟସ୍କ ପର୍ଯ୍ୟନ୍ତ ଏହି ରୋଗରେ ପୀଡ଼ିତ । ତେବେ ରୋଗ ସଂଖ୍ୟା ଭୟଙ୍କର ବଢିବା ହେତୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । କାହିଁକି ଏହି ରୋଗ ହେଉଛି…ରୋଗ ପଛର କାରଣ କଣ…ଆଉ ଏହାରି ଭିତରେ ଡାକ୍ତରମାନେ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଖାସ୍‌ କରି ୫ଟି ତେଲ ପାଇଁ ଏହି ରୋଗ ବ୍ୟାପୁଥିବା ଜଣାପଡ଼ିବା ପରେ ସାଧାରଣ ଲୋକ ବି ଚିନ୍ତାରେ ଅଛନ୍ତି । 

Advertisment

ଭୟଙ୍କର ବଢୁଛି ହାର୍ଟଆଟାକ୍‌
ହାର୍ଟଆଟାକ୍‌ ବଢ଼ିବା ପଛରେ ରହିଛି ବଡ଼ କାରଣ
୫ ତେଲ ଖାଉଥିଲେ ସାବଧାନ
ସକାଳୁ ରାତି ପର୍ଯ୍ୟନ୍ତ 
ଘରେ ଘରେ ବ୍ୟବହାର ହୁଏ ଖାଇବା ତେଲ
ଆପଣଙ୍କ ଅଜାଣତରେ ଶରୀର ଉପରେ ପକାଉଛି ସାଙ୍ଘାତିକ ପ୍ରଭାବ

ସକାଳୁ ରାତି ପର୍ଯ୍ୟନ୍ତ…ନିଇତି ଆମେ ବ୍ୟବହାର କରନ୍ତି ଖାଇବା ତେଲ । ବିନା ତେଲରେ ରୋଷେଇ ଅସମ୍ଭବ । ଖାଲି ଘରେ ଖାଉଥିବା ସାମଗ୍ରୀରେ ଯେ ଆମେ ତେଲ ବ୍ୟବହାର କରନ୍ତି ତାହା ନୁହେଁ ବରଂ ଦୋକାନ ବଜାରରୁ ଖାଇବା କିଣିଲେ ବି ସ୍ଥିତି ଆହୁରି ସଙ୍ଗିନ ହେଉଛି । କାରଣ ଦୋକାନ ବଜାରରୁ କିଣାଯାଉଥିବା ଖାଦ୍ୟ କେଉଁ ତେଲରେ ପ୍ରସ୍ତୁତ ତାହା ଆପଣମାନେ ଉଣାଅଧିକେ ଜାଣିଥିବେ । ସେଇଥି ଲାଗି ତ ଏବେ ଖାଇବା ତେଲକୁ ନେଇ ଆସିଛି ସାଙ୍ଘାତିକ ରିପୋର୍ଟ ।

ହାର୍ଟଷ୍ଟ୍ରୋକ୍‌ ପଛରେ ଖାଇବା ତେଲ

ଆମେ  ଯେଉଁପରି ଖାଦ୍ୟ ଖାଆନ୍ତି…ସେହିପରି ଆମ ଶରୀର ଉପରେ ତାହାର ପ୍ରଭାବ ପଡ଼େ । ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ତେଲ ଖାଇବା ଦ୍ବାରା ଆମ ହାର୍ଟ ଉପରେ ତାହାର ପ୍ରଭାବ ଦେଖିବାକୁ ମିଳୁଛି । ଖରାପ ତେଲ ଖାଇବା ଦ୍ବାରା ଆମ ଶରୀରରେ ଧୀରେ ଧୀରେ ତାହାର ପ୍ରଭାବ ଦେଖିବାକୁ ମିଳୁଛି । ପ୍ୟାରିସ୍‌ ହେଲ୍ଥର ହାର୍ଟ ଏକ୍ସପର୍ଟ କହିଛନ୍ତି, କିଛି ତେଲ ଆମ ହାର୍ଟ ଉପରେ ସାଙ୍ଘାତିକ ପ୍ରଭାବ ପକାଉଛି । ଖାଲି ହାର୍ଟ ଉପରେ ପ୍ରଭାବ ପକାଉଛି ତାହା ନୁହେଁ ବରଂ ଶରୀରର କୋଲେଷ୍ଟର ମାତ୍ରା ବି ବଢ଼ାଉଛି । ଡାକ୍ତରଙ୍କ କହିବା ଅନୁସାରେ, ବଜାରରେ ମିଳୁଥିବା ତେଲ ଗୁଡ଼ିକ ବାରମ୍ବାର ପ୍ରୋସେସିଂ ହେଉଥିବା କାରଣରୁ ପୋଷକ ନଷ୍ଟ ହୋଇଯାଉଛି । ଯାହାଦ୍ବାରା ଶରୀର ଉପରେ ପ୍ରଭାବ ପକାଉଛି । 

ଏହି ୫ ତେଲ ଖାଉଥିଲେ ସାବଧାନ

ଡାକ୍ତରଙ୍କ କହିବା ଅନୁସାରେ, ଡାଲଡା, ପାମୋଲିନ୍‌, ରିଫାଇନ୍‌, କପାସ ମଞ୍ଜିର ପ୍ରସ୍ତୁତ ତେଲ ଓ ଅଧିକ ମାତ୍ରାରେ ନଡ଼ିଆର ତେଲ ଖାଉଥିଲେ ସାବଧାନ ହୁଅନ୍ତୁ । କାରଣ ଏହି ତେଲ ଅତ୍ୟଧିକ ଖାଇବା ଦ୍ବାରା ଶରୀରରେ ବିଭିନ୍ନ ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି ହେଉଛି । ତେଣୁ ଏହି ସବୁ ତେଲ ଖାଇବା ଦ୍ବାରା ଆମ ଶରୀରର ହୃତପିଣ୍ଡ ଉପରେ ବି ସାଙ୍ଘାତିକ ପ୍ରଭାବ ପକାଉଛି । ଯଦି ଆପଣମାନେ ଅତ୍ୟଧିକ ମାତ୍ରାରେ ଏହି ସବୁ ତେଲ ବ୍ୟବହାର କରୁଛନ୍ତି ତେବେ ସାବଧାନ ହୁଅନ୍ତୁ । ନଚେତ୍‌ ହଇରାଣ ହେବେ ଆପଣ । ଏଠାରେ ସ୍ପଷ୍ଟ ଭାବରେ କହିଛୁ କି ଆମେ ଏ ସମ୍ପର୍କରେ କୌଣସି ଅନୁସଂଧାନ କରିନାହୁଁ । କେବଳ ଜାତୀୟ ଗଣମାଧ୍ୟମକୁ ଭିତ୍ତିକରି ଏହି ଖବର ପ୍ରକାଶିତ ହୋଇଛି ।