କନକବ୍ୟୁରୋ : ଆଜିକାଲି ରୋଷେଇ ପାଇଁ ଏଲପିଜି ଗ୍ୟାସ ଉପରେ ଅଧିକାଂଶ ଲୋକ ନିର୍ଭରଶୀଳ । ଗ୍ୟାସ ନମିଳିଲେ ରୋଷେଇ ବନ୍ଦ ।  କିନ୍ତୁ ବିଡ଼ମ୍ବନାର ବିଷୟ ବୁକ୍ କଲେ ବି ମିଳୁନି ସିଲିଣ୍ଡର।  ଯାହାକୁ ନେଇ ବଢ଼ୁଛି ଅସନ୍ତୋଷ  ।  ଅଧିକାଂଶ ଲୋକ ରୋଷେଇ ପାଇଁ ଏଲପିଜି ଗ୍ୟାସ ଉପରେ ନିର୍ଭର କରୁଥିବାବେଳେ ମିଳୁନି ଗ୍ୟାସ ।  ମାସାଧିକ କାଳ ବୁକିଂ କରିବା ପରେ ସିଲିଣ୍ଡର ପାଉନାହାନ୍ତି ଗ୍ରାହକ । କେନ୍ଦୁଝରରେ ଗ୍ୟାସ ନେବାକୁ ଡିଲର ପାଖକୁ ଆସିଲେ ବି ନିରାଶ ହୋଇ ଫେରୁଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

Advertisment

ଗ୍ୟାସ ନହେଲେ ଘରେ କେମିତି ରୋଷେଇ କରିବେ ବୋଲି ପ୍ରଶ୍ନ କରିଛନ୍ତି  ।  ତେବେ ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ଏଚ୍‌ପି ସପ୍ଲାଏ ପଏଣ୍ଟରୁ ସମସ୍ୟା ରହିଛି ।  ନବରଙ୍ଗପୁର ଉମରକୋଟ ସହରରେ ସମାନ ସମସ୍ୟା  ।   ଇଣ୍ଡିଆନ ଗ୍ୟାସ ଏଜେନ୍ସିର ଡିପୋ ଯେଉଁ ସ୍ଥାନରେ ରହିଛି ତାକୁ ନେଇ ବିବାଦ ପରେ ମିଳୁନି ଗ୍ୟାସ । ପ୍ରଶାସନ ତରଫରୁ ସେହି ଡିପୋରେ ଗ୍ୟାସ ବିତରଣ ବନ୍ଦ କରିଦିଆଯାଇଛି ।  ୮କିଲୋମିଟର ଦୂରରେ ଥିବା ଡିପୋରୁ ଗ୍ୟାସ ନେବାକୁ କୁହାଯାଇଛି । ଏହାଦ୍ବାର ସହରବାସୀ ଅସୁବିଧାର ସମୁଖୀନ ହେଉଛନ୍ତି ।  ଗତ କିଛି ଦିନ ତଳେ କଟକ ଓ ଭୁବନେଶ୍ବରରୁ ଆସିଥିଲା ସମାନ ଅଭିଯୋଗ । କିନ୍ତୁ ଏଯାଏଁ ଟୁଇନସିଟିରେ ଗ୍ୟାସ ବଂଟନ ସ୍ବାଭାବିକ ହୋଇନଥିବା ଜଣାପଡିଛି ।