ମହଙ୍ଗା ହେଲା ରନ୍ଧନ ଗ୍ୟାସ: ଏଲପିଜି ଗ୍ୟାସ ସିଲିଣ୍ଡର ଦର ୫୦ ଟଙ୍କା ବୃଦ୍ଧି

Advertisment

ଦେଶରେ ଆଜି ମହଙ୍ଗା ଝଟକା ଦେଉଛି । ଏଲପିଜି ସିଲିଣ୍ଡର ଦାମରେ ବୃଦ୍ଧି ଘଟିଛି । ସରକାର ୧୪ କିଲୋଗ୍ରାମ ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି ।

ଦେଶରେ ଆଜି ମହଙ୍ଗା ଝଟକା ଦେଉଛି । ଏଲପିଜି ସିଲିଣ୍ଡର ଦାମରେ ବୃଦ୍ଧି ଘଟିଛି । ସରକାର ୧୪ କିଲୋଗ୍ରାମ ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି ।

cylinder

Photograph: (kanak news)

କନକ ବ୍ୟୁରୋ: ଦେଶରେ ଆଜି ମହଙ୍ଗା ଝଟକା ଦେଉଛି । ଏଲପିଜି ସିଲିଣ୍ଡର ଦାମରେ ବୃଦ୍ଧି ଘଟିଛି । ସରକାର ୧୪ କିଲୋଗ୍ରାମ ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି । ଏହାପରେ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ମିଳୁଥିବା ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ୫୦୩ ଟଙ୍କାରୁ ବଢ଼ି ୫୫୩ ଟଙ୍କା ହୋଇଯିବ । ସେହିପରି ଅନ୍ୟ ଗ୍ୟାସ ସିଲିଣ୍ଡରର ଦାମ ୮୦୩ରୁ ବଢ଼ି ୮୫୩ ଟଙ୍କା ହୋଇଯିବ । 

ଗଣମାଧ୍ୟମକୁ ସମ୍ୱୋଧିତ କରି ଏନେଇ ସୂଚନା ଦେଇଛନ୍ତି ହରଦୀପ ସିଂ ପୁରୀ । ସେ କହିଛନ୍ତି, ଅନ୍ତର୍ଜାତୀୟ ବଜାରକୁ ନଜରରେ ରଖି ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି ହୋଇଛି । ଆଗାମୀ ଦିନରେ ଆମେ ଏହାର ସମୀକ୍ଷା କରିବୁ । 

ଗତ କିଛି ମାସ ତଳେ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗତ ବର୍ଷ ଅଗଷ୍ଟରେ ଶେଷଥର ଗ୍ୟାସ ସିଲିଣ୍ଡର ଦରରେ ପରିବର୍ତ୍ତନ ଘଟିଥିଲା । ଏହାପରଠୁ ରୋଷେଇ ଗ୍ୟାସ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe