କନକ ବ୍ୟୁରୋ: ଦେଶରେ ଆଜି ମହଙ୍ଗା ଝଟକା ଦେଉଛି । ଏଲପିଜି ସିଲିଣ୍ଡର ଦାମରେ ବୃଦ୍ଧି ଘଟିଛି । ସରକାର ୧୪ କିଲୋଗ୍ରାମ ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି । ଏହାପରେ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ମିଳୁଥିବା ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ୫୦୩ ଟଙ୍କାରୁ ବଢ଼ି ୫୫୩ ଟଙ୍କା ହୋଇଯିବ । ସେହିପରି ଅନ୍ୟ ଗ୍ୟାସ ସିଲିଣ୍ଡରର ଦାମ ୮୦୩ରୁ ବଢ଼ି ୮୫୩ ଟଙ୍କା ହୋଇଯିବ ।
ଗଣମାଧ୍ୟମକୁ ସମ୍ୱୋଧିତ କରି ଏନେଇ ସୂଚନା ଦେଇଛନ୍ତି ହରଦୀପ ସିଂ ପୁରୀ । ସେ କହିଛନ୍ତି, ଅନ୍ତର୍ଜାତୀୟ ବଜାରକୁ ନଜରରେ ରଖି ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି ହୋଇଛି । ଆଗାମୀ ଦିନରେ ଆମେ ଏହାର ସମୀକ୍ଷା କରିବୁ ।
ଗତ କିଛି ମାସ ତଳେ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗତ ବର୍ଷ ଅଗଷ୍ଟରେ ଶେଷଥର ଗ୍ୟାସ ସିଲିଣ୍ଡର ଦରରେ ପରିବର୍ତ୍ତନ ଘଟିଥିଲା । ଏହାପରଠୁ ରୋଷେଇ ଗ୍ୟାସ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା ।