କନକ ବ୍ୟୁରୋ: ଆଜି ଚଳିତବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ। ଭାଦ୍ରବ ଶୁକ୍ଲପକ୍ଷ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ । ଅନ୍ୟପଟେ ପୂର୍ଣ୍ଣିମାରେ ମଧ୍ୟ ପିତୃପକ୍ଷ ଆରମ୍ଭ ହେଉଛି । ରାତିରେ ଆକାଶରେ ସଂଘଟିତ ହେବ ମହାଜାଗତିକ ଦୃଶ୍ୟ । ରାତି ୯ଟା ୫୭ରେ ଗ୍ରହଣ ସ୍ପର୍ଶ କରିବ ଓ ରାତି ୧ଟା ୨୭ ମିନିଟରେ ଗ୍ରହଣ ଶେଷ ହେବ । ୩ ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିବ ଚନ୍ଦ୍ରଗ୍ରହଣ । ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଗୁରୁତ୍ବପୂର୍ଣ୍ଣ ମାନ୍ୟତା ଦିଆଯାଏ । ଗଣନା କରି ଜ୍ୟୋତିଷ ଗ୍ରହଣର ୯ ଘଣ୍ଟା ପୂର୍ବରୁ ପାକ ତ୍ୟାଗ କରିବାକୁ ପରାମର୍ଶ ଦେଇଛନ୍ତି । ମଧ୍ୟାହ୍ନ ୧୨ଟା ୫୭ରେ ପାକତ୍ୟାଗ କରିବାକୁ କହିଛନ୍ତି। ଆଜିଠୁ ପିତୃଶ୍ରାଦ୍ଧ ଆରମ୍ଭ ହେଉଥିବାରୁ ଗ୍ରହଣ ସ୍ପର୍ଶ ପୂର୍ବରୁ ଶ୍ରାଦ୍ଧ ଓ ଦେବନୀତି ସଂପନ୍ନ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଗର୍ଭବତୀ, ଶିଶୁ ସତର୍କ ରହିବାକୁ କୁହାଯାଇଛି । ଅନ୍ୟପଟେ ବିଜ୍ଞାନ ଯୁଗରେ ଖଇବା ମନାକୁ ଅନ୍ଧବିଶ୍ୱାସ କହି ସମାଲୋଚନା କରିଛନ୍ତି ହେତୁବାଦୀ । ଚନ୍ଦ୍ର ଓ ସୂର୍ୟ୍ୟ ମଝିରେ ପୃଥିବୀ ଏକ ସରଳ ରେଖାରେ ଆସୁଥିବାରୁ ଚନ୍ଦ୍ରଗ୍ରହଣ ପଡୁଛି । ଏହା ଭାରତ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆମେରିକା, ଫିଜିରେ ଦୃଶ୍ୟମାନ । ରବିବାର ରାତିର ୯ଟା ୫୭ ମିନିଟରେ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ ଓ ଏଥର ଆକାଶରେ ବ୍ଲଡମୁନ ଦେଖାଯିବ ।
ଆଜି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ: ୧୨ଟା ୫୭ମିନିଟରେ ପାକ ତ୍ୟାଗ ଓ ଦେବ ନୀତି ନିଷେଧ
ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଗୁରୁତ୍ବପୂର୍ଣ୍ଣ ମାନ୍ୟତା ଦିଆଯାଏ । ଗଣନା କରି ଜ୍ୟୋତିଷ ଗ୍ରହଣର ୯ ଘଣ୍ଟା ପୂର୍ବରୁ ପାକ ତ୍ୟାଗ କରିବାକୁ ପରାମର୍ଶ ଦେଇଛନ୍ତି । ମଧ୍ୟାହ୍ନ ୧୨ଟା ୫୭ରେ ପାକତ୍ୟାଗ କରିବାକୁ କହିଛନ୍ତି।
/kanak/media/media_files/2025/09/07/43-2025-09-07-12-39-07.jpg)