କନକବ୍ୟୁରୋ : ଧର୍ମ ପରିବର୍ତ୍ତନ ପଡିଲା ମହଙ୍ଗା । ଶ୍ମଶାନରେ ଜାଗା ନମିଳିବାରୁ ଘରେ ପଡି ରହିଛି ଶବ । ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ପଣ୍ଡିକୋଟ ଗ୍ରାମରୁ ଏଭଳି ଅଭାବନୀୟ ଘଟଣା ସାମନାକୁ ଆସିଛି । ସୂଚନାନୁସାରେ ପ୍ରାୟ ୨ବର୍ଷ ତଳେ ପଣ୍ଡିକୋଟ ଗ୍ରାମର ଡୋମୁ ଜାନି ହିନ୍ଦୁ ଧର୍ମ ରୁ ଖ୍ରୀଷ୍ଟ ଧର୍ମକୁ ନିଜ ଧର୍ମ ପରିବର୍ତ୍ତନ କରିଥିଲେ ।
ଗତକାଲି ସକାଳେ ଡ଼ୋକୁ ଜାନିଙ୍କର ମୃତ୍ୟୁ ହୋଇଥିଲା । ଧର୍ମ ପରିବର୍ତ୍ତନ କାରଣରୁ ମରଶରୀରକୁ କେଉଁଠି କବର ଦିଆଯିବ ସେନେଇ ପରିବାର ଲୋକ ଚିନ୍ତାରେ ପଡ଼ିଥିଲେ । ଏବଂ ଗାଁ ଶ୍ମଶାନରେ ସ୍ଥାନ ଦେବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଗ୍ରାମବାସୀ କବର ପାଇଁ ଜାଗା ଦେବାକୁ ଆଦୌ ଅନୁମତି ଦେଇନଥିଲେ ।
ଖବର ପାଇ ପାପଡାହାଣ୍ଡି ଅତରିକ୍ତ ତହସିଲଦାର, ପାପଡାହାଣ୍ଡି ଏସ୍ଡିପିଓ ଓ ପୋଲିସ ପହଞ୍ଚି ଗ୍ରାମବାସୀ ଙ୍କୁ ବୁଝାସୁଝା କରିଥିଲେ । ତଥାପି ଗ୍ରାମବାସୀ ବୁଝିନାହାଁନ୍ତି। ଫଳରେ ପ୍ରାୟ ୩୦ ଘଣ୍ଟାରୁ ଅଧିକ ସମୟ ହେବ ଶବ ଘରେ ପଡି ସେଥିରୁ ଦୁର୍ଗନ୍ଧ ବାହାରୁଥିବା କହିଛନ୍ତି ପଡ଼ୋଶୀ। ।