କନକ ବ୍ୟୁରୋ : ବିଜେପି ସଭାପତି ଜେପି ନଡ୍ଡା ଲେଖିଥିବା ଚିଠିରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ରାହୁଲଙ୍କ ଭଳି କଡା ଭାଷା ପ୍ରାୟାଗ କରିଛନ୍ତି ଜେପି ନଡ୍ଡା । ବହୁ ସମୟରେ ରାହୁଲ ଓ ତାଙ୍କ ସାଥୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅତି ସ୍ପର୍ଶକାତର ଭାଷାରେ ଗାଳି କରନ୍ତି  ବୋଲି ନଡ୍ଡା ଅଭିଯୋଗ କରିଛନ୍ତି । ଏପରିକି ଏଥିରେ ସୋନିଆ ଗାନ୍ଧୀ ମୋଦୀଙ୍କୁ ମୃତ୍ୟୁର ସୌଦାଗର ବୋଲି କହିଥିବା କଥାକୁ ମନେ ପକାଇଦେଇଛନ୍ତି ନଡ୍ଡା । ସବୁ ଜାଣି ମଧ୍ୟ ଖଙ୍ଗଗେ ଚୁପ୍ ରହିବା ଉପରେ ନଡ୍ଡା ପ୍ରଶ୍ନ କରିଛନ୍ତି ।

Advertisment

ଆମେରିକା ଗସ୍ତ ସମୟରେ ରାହୁଲ ଗାନ୍ଧୀ କିଛି ବିବାଦୀୟ ଟିପ୍ପଣୀ ଦେଇଥିଲେ । ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀ ନବନିତ ସିଂ ବିଟୁ ରାହୁଲ ଗାନ୍ଧୀଙ୍କୁ ଭାରତର ନଂ-୧ ଆତଙ୍କବାଦୀ ବୋଲି କହିଥିଲେ । ଏହି ସମାନ କାରଣ ପାଇଁ ରାହୁଲଙ୍କ ଜିଭ କାଟିଦେବା ଲୋକଙ୍କୁ ୧୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଶିବସେନା ବିଧାୟକ ସଂଜୟ ଗାଏକୱାଡ । ଏହା ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଚିଠି ଲେଖିଥିଲେ  ।

ଋାହୁଲ ଗାନ୍ଧୀଙ୍କୁ ନେଇ ଉଭୟ ଶ।।ସକ ବିଜେପି ଓ ବିରୋଧୀ କଂଗ୍ରେସର ଚିଠିକୁ ନେଇ ରାଜନୀତି ଏବେ ସରଗରମ ହୋଇଛି । ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିବା ପ୍ରସଙ୍ଗ ଆଳରେ କଂଗ୍ରେସ ଦେଶ ତମାମ ବିଜେପି ଅଫିସ ଆଗରେ ବିକ୍ଷୋଭ ଜାରି କରିଛି । ପାର୍ଲାମେଣ୍ଟ ସେଶାନ ଶେଷ ହୋଇଥିଲେ ମଧ୍ୟ ବାହାରେ ଏହାର ତାତି ବଢିବାରେ ଲାଗିଛି ।