ବିଜେପି ଓ RSS ବିରୋଧରେ ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ ପ୍ରସଙ୍ଗ : ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ନୋଟିସ୍ ଜାରି

ଜାରି ହୋଇଥିବା ନୋଟିସରେ ରାହୁଲ ଗାନ୍ଧୀ ଫାଉଣ୍ଡେସନର ଅର୍ଥ ନିର୍ଦ୍ଦେଶକ ସନ୍ଦୀପ ଆନନ୍ଦଙ୍କୁ ନଭେମ୍ବର ୪ରେ ହାଜର ପାଇଁ କୁହାଯାଇଛି ।

RAHUL

RAHUL Photograph: (KanakNews)

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ‘ଜାତୀୟ ବିରୋଧୀ’ ମନ୍ତବ୍ୟ ପାଇଁ ଝାରସୁଗୁଡ଼ା ଜିଲ୍ଲାରେ ପଞ୍ଜିକୃତ ମାମଲା ସମ୍ପର୍କରେ ଝାରସୁଗୁଡ଼ା ପୁଲିସ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ନୋଟିସ୍ ଜାରି କରିଛି । ଏଥିରେ ଆର୍ଥିକ ରେକର୍ଡ ଓ ବିଦେଶୀ ଅନୁଦାନର ବିବରଣୀ ମଗାଯାଇଛି । ଜାରି ହୋଇଥିବା ନୋଟିସରେ ରାହୁଲ ଗାନ୍ଧୀ ଫାଉଣ୍ଡେସନର ଅର୍ଥ ନିର୍ଦ୍ଦେଶକ ସନ୍ଦୀପ ଆନନ୍ଦଙ୍କୁ ନଭେମ୍ବର ୪ରେ ହାଜର ପାଇଁ କୁହାଯାଇଛି । ମାମଲାର ତଦନ୍ତ ଅଧିକାରୀ ଥିବା ଝାରସୁଗୁଡ଼ା ଏସ୍‌ଡିପିଓଙ୍କ ସମ୍ମୁଖରେ ହାଜର ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ୧୫ ଜାନୁଆରିରେ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ଭାଷଣର କିଛି ଦିନ ପରେ ଅର୍ଥାତ୍ ଫେବ୍ରୁଆରି ୭ ତାରିଖରେ ଝାରସୁଗୁଡ଼ା ଥାନାରେ ମାମଲା ରୁଜୁ ହୋଇଥିଲା । ସେହି ଭାଷଣରେ ରାହୁଲ ଗାନ୍ଧୀ କହିଥିଲେ,‘ବିଜେପି ଓ RSS ଆମ ଦେଶର ପ୍ରତ୍ୟେକ ପ୍ରତିଷ୍ଠାନକୁ କବଜା କରିନେଇଛନ୍ତି । ଆମେ ଏବେ ବିଜେପି, ଆରଏସଏସ୍ ସହିତ ଲଢ଼ୁଛୁ’ ରାହୁଲ ନିଜ ଭାଷଣରେ କହିଥିଲେ । ଏହି ମନ୍ତବ୍ୟ ପରେ ଝାରସୁଗୁଡ଼ା ନାଗରିକ ଫୋରମ୍ ଏତଲା ଆଧାରରେ ରାହୁଲ୍ ଗାନ୍ଧୀଙ୍କ ନାମରେ ମାମଲା ରୁଜୁ କରିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe