ମହିଳା ଟି-୨୦ବିଶ୍ୱକପରେ ଡେଡ୍ ବଲ୍ ନିୟମକୁ ନେଇ ବିବାଦ, ରାଗିଲେ କ୍ୟାପଟେନ୍ ହରମନପ୍ରୀତ

Advertisment

ମହିଳା ଟି-୨୦ ବିଶ୍ୱକପରେ ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚରେ ଏକ ଘଟଣା ଚର୍ଚ୍ଚା ସାଉଁଟିଛି । ଭାରତୀୟ ଅଧିନାୟକ ହରମାନପ୍ରୀତ କୌର ଅମ୍ପାୟାରଙ୍କ ସହ ଝଗଡା ଘଟଣା ବେଶ ଭାଇରାଲ ହେଉଛି । ଏହି ମାମଲା କିଓ୍ବି ବ୍ୟାଟ୍ସମ୍ୟାନ ଆମେଲିଆ କେରଙ୍କ ସହ ଜଡିତ।

ମହିଳା ଟି-୨୦ ବିଶ୍ୱକପରେ ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚରେ ଏକ ଘଟଣା ଚର୍ଚ୍ଚା ସାଉଁଟିଛି । ଭାରତୀୟ ଅଧିନାୟକ ହରମାନପ୍ରୀତ କୌର ଅମ୍ପାୟାରଙ୍କ ସହ ଝଗଡା ଘଟଣା ବେଶ ଭାଇରାଲ ହେଉଛି । ଏହି ମାମଲା କିଓ୍ବି ବ୍ୟାଟ୍ସମ୍ୟାନ ଆମେଲିଆ କେରଙ୍କ ସହ ଜଡିତ।

688

କନକବ୍ୟୁରୋ: ମହିଳା ଟି-୨୦ ବିଶ୍ୱକପରେ ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚରେ ଏକ  ଘଟଣା ଚର୍ଚ୍ଚା ସାଉଁଟିଛି । ଭାରତୀୟ ଅଧିନାୟକ ହରମାନପ୍ରୀତ କୌର ଅମ୍ପାୟାରଙ୍କ ସହ ଝଗଡା ଘଟଣା ବେଶ ଭାଇରାଲ ହେଉଛି । ଏହି ମାମଲା କିଓ୍ବି ବ୍ୟାଟ୍ସମ୍ୟାନ ଆମେଲିଆ କେରଙ୍କ ସହ ଜଡିତ। ସେ ୧୪ ତମ ଓଭରରେ ଆଉଟ ହୋଇଥିଲେ ମଧ୍ୟ ଅମ୍ପାୟାରମାନେ ତାଙ୍କୁ ଆଉଟ୍‌ ଦେଇ ନ ଥିଲେ।

ଏହି କାରଣରୁ, ହରମାନପ୍ରୀତ କ୍ରୋଧରେ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ, ଯେଉଁ କାରଣରୁ ମ୍ୟାଚ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। 

ଦୀପ୍ତି ଶର୍ମା ଚତୁର୍ଦ୍ଦଶ ଓଭରରେ ଭାରତ ପାଇଁ ବୋଲିଂ କରୁଥିଲେ ଏବଂ ଓଭରର ଶେଷ ବଲରେ ଆମେଲିଆ କେର ଗୋଟିଏ ରନ ସ୍କୋର କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେ ଦ୍ୱିତୀୟ ରନ ସ୍କୋର କରିବାକୁ ଚେଷ୍ଟା କରୁଥିବାବେଳେ ହରମାନପ୍ରୀତ ଉଇକେଟକିପର ରିଚା ଘୋଷଙ୍କ ନିକଟକୁ ବଲ ଫିଙ୍ଗିଥିଲେ। ରିଚା ତରନ୍ତ ଷ୍ଟମ୍ପ୍‌ରେ ବଲ୍‌ ମାରିଥିଲେ । ଭାରତ ରନ ଆଉଟ ସେଲିବ୍ରେଶନ ପାଳନ କରୁଥିବାବେଳେ କେର ମଧ୍ୟ ପାଭିଲିୟନକୁ ଫେରିବା ଆରମ୍ଭ କରିଥିଲେ,

 କିନ୍ତୁ ପରେ ଅମ୍ପାୟାର କେରଙ୍କୁ ଡାକିଥିଲେ।ହରମାନପ୍ରୀତ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ ତେଣୁ ସେ କ୍ରୋଧରେ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ। ଅନ୍ୟପକ୍ଷରେ ଟିମ ଇଣ୍ଡିଆର ମୁଖ୍ୟ କୋଚ ଅମୁଲ ମଜୁମଦାର ମଧ୍ୟ କଣ ଚାଲିଛି ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ଭାରତର ଅଧିନାୟକ ହରମାନପ୍ରୀତ, ଉପ-ଅଧିନାୟକ ସ୍ମୃତି ମନ୍ଧନା ଏବଂ କୋଚ ମଧ୍ୟ ଏହି ପ୍ରସଙ୍ଗରେ ତୃତୀୟ ଅମ୍ପାୟାରଙ୍କ ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe