କନକ ବ୍ୟୁରୋ : ସାଂସଦ ଦେବାଶିଷ ସାମନ୍ତରାୟ ଓ କଟକ ମେୟର ସୁବାସ ସିଂଙ୍କ ଭିତରେ ଫାଟ ନେଇ ଚର୍ଚ୍ଚା ଜୋର୍ ଧରିଛି । ଗଣମାଧ୍ୟମ ଆଗରେ ଉଭୟ ନେତା ଏହାକୁ ଅସ୍ବୀକାର କରୁଥିଲେ ମଧ୍ୟ କଟକରେ ପୃଥକ୍ ପୃଥକ୍ କାର୍ଯ୍ୟକ୍ରମ ଆୟୋଜନ ଦ୍ବାରା ଏହି ଚର୍ଚ୍ଚାର ନିଆଁରେ ଘିଅ ଢାଳିବା ଭଳି ହୋଇଛି ।
କଟକ ମେୟର ସୁବାସ ସିଂଙ୍କ ବାସଭବନରେ ଆୟୋଜିତ ରକ୍ତଦାନ ଶିବିରକୁ ସାଂସଦ ଦେବାଶିଷ ସାମନ୍ତରାୟ ଗଲେନାହିଁ । ତେବେ ବାରବାଟୀ- କଟକ ବିଜେଡିରେ ବିବାଦ ଥିବା କଥାକୁ ଦେବାଶିଷ ଅସ୍ବୀକାର କରିଛନ୍ତି। କିନ୍ତୁ ପୋଷ୍ଟରରେ ବିଜେଡି ଚିହ୍ନ ନଥିଲେ କିମ୍ବା ଦଳର ଜିଲ୍ଲା ସଭାପତିଙ୍କ ଅଜାଣତରେ କାର୍ଯ୍ୟକ୍ରମ ହୋଇଥିଲେ ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଜଣାଇବେ ବୋଲି ଦେବାଶିଷ କହିଛନ୍ତି ।
ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଓ କଟକ ମେୟର ସୁବାସ ସିଂଙ୍କ ମଧ୍ୟରେ ସମନ୍ୱୟ ନଥିବା ଦେବାଶିଷଙ୍କ କଥାରୁ ପଦାରେ ପଡ଼ିଛି । ଏ ନେଉ ଚର୍ଚ୍ଚା ବଢୁଥିବା ବେଳେ ମେୟର ସୁବାସ ସିଂ କହିଛନ୍ତି, କିଛି ଫାଟ ନାହିଁ । ଉଭୟ କଟକରେ ବିଜେଡି ପାଇଁ କାମ କରୁଛନ୍ତି । କଟକରେ ସବୁ କାର୍ଯ୍ୟକ୍ରମ ଆୟୋଜନ ବିଷୟରେ ଦେବାଶିଷ ସାମନ୍ତରାୟ ଓ ନବୀନ ପଟ୍ଟନାୟକ ଜାଣିଛନ୍ତି । ଗଣମାଧ୍ୟମ ଆଗରେ ଦୁଇନେତା ଫାଟ କଥା ସ୍ବୀକାର ନକଲେ ମଧ୍ୟ ପୃଥକ ପୃଥକ୍ ଦଳୀୟ କାର୍ଯ୍ୟକ୍ରମ ନେଇ ଚର୍ଚ୍ଚା ବଢୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/03/09/6bm7E2HksuxX4xA1jfje.jpg)