କନକବ୍ୟୁରୋ : ତାରାଙ୍କୁ ନିଲମ୍ବନ ନେଇ ବଢୁଛି ବିବାଦ ।  ନିଲମ୍ବନ ନ ହଟିଲା ପର୍ଯ୍ୟନ୍ତ ବିଧାନସଭାକୁ ବୟକଟ କଲା କଂଗ୍ରେସ ।  ୭ ଦିନ ପାଇଁ ନିଲମ୍ବନ କରିଛନ୍ତି ବାଚସ୍ପତି । ନ୍ୟାୟ ପାଇଁ ଗାନ୍ଧୀ ମୂର୍ତ୍ତି ତଳେ ବିଧାୟକମାନେ ଧାରଣାରେ ବସିବେ ।  ସେପଟେ ଘଟଣାକୁ ନେଇ ତାରା ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି ତାରା  ।   କହିଛନ୍ତି, ତାଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରାଯାଇଥିଲା ।

Advertisment

ଗୃହରେ ଯାହା ଘଟିଲା ଏହା ହେଉଛି ବିଜେପିର ଗଣତନ୍ତ୍ର ଓ ଓଡ଼ିଆ ଅସ୍ମିତା। ପବିତ୍ର ଗୃହରେ ମା ମାଉସୀ ନେଇ ଗାଳି କରିବା  ଏହା ହେଉଛି ବିଜେପିର ଆଚାର ଉଚ୍ଚାରଣ। ଅନେକ ସମୟରେ ସେ ଗୃହରେ ଅନେକ ପ୍ରଶ୍ନ ପଚାରିଥିଲେ ଯାହା ତାଙ୍କୁ ବାଣ ଭଳିଆ ଭେଦିଥିଲା ବୋଲି କହିଛନ୍ତି ତାରା  ।   ଜୟ ନାରାୟଣ ମିଶ୍ରଙ୍କୁ ମୁଁ ଉଚିତ୍ ଜବାବ ଦେଇ ପାରିଥାନ୍ତି କିନ୍ତୁ ଗଣତନ୍ତ୍ର ମନ୍ଦିରରେ କଂଗ୍ରେସ ଭୁଲି ନାହିଁ ଶାଳୀନତା   ।

ତେବେ ଆଜି ଏସମ୍ପର୍କରେ କଂଗ୍ରେସ ଭବନରେ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ସେପଟେ ଏହି ଘଟଣା ପରେ କଂଗ୍ରେସର ବରିଷ୍ଠ ନେତା  ସୁରେଶ ରାଉତରାୟ ପ୍ରତିକ୍ରିୟା ଦେଇଛନ୍ତି  ।   ପ୍ରତିକ୍ରିୟାରେ କହିଛନ୍ତି  ଏହା ବିଧାୟକଙ୍କ ପ୍ରତି ଘୋର ଅନ୍ୟାୟ । ଆମେ ଏହାକୁ ନିନ୍ଦା କରୁଛୁ । ମୋ ସାଙ୍ଗରେ ଏଭଳି ଘଟଣା ଘଟିଥିଲେ ମୁଁ ଜୟ ନାରାୟଣ ମିଶ୍ରଙ୍କ ଆଗ ଦାନ୍ତ ଭାଙ୍ଗି ପକେଟରେ ପୁରେଇ ଦେଇଥାନ୍ତି ।  

ଏଥିସହ ଆହୁରି କହିଛନ୍ତି ମାଡ ମାରିଲେ ଜୟ ନାରାୟଣ ମିଶ୍ର କିନ୍ତୁ ସସ୍ପେଣ୍ତ  ହେଲେ ତାରା ବାହିନୀପତି । ଏହା କି ପ୍ରକାର ନ୍ୟାୟ । ବାଚସ୍ପତିଙ୍କ ନିଷ୍ପତ୍ତିକୁ ଆମେ ନିନ୍ଦା କରୁଛୁ  । ଏହାର ଜବାବ ଦେବ କଂଗ୍ରେସ ।  ଜୟ ନାରାୟଣ ଯୁଆଡେ ଯିବେ  ତାଙ୍କୁ ବିରୋଧ କରାଯିବ ।   ତମର ଯଦି ମନ୍ତ୍ରୀ ହେବାର ଅଛି ତେବେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କର। ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟ କାହିଁକି କରୁଛ  ।  ସରକାରୀ ପାୱାର ବଳରେ ବିଧାୟକ ଏଭଳି କାଣ୍ଡ କରୁଛନ୍ତି  । ବିଜେପିର ପତନ ଆସିଗଲାଣି  । ଜନତା ଦେଖିବେ ଅଳ୍ପ ଦିନ ଭିତରେ ସରକାରରୁ  ବିଦାୟ ନେବ ବିଜେପି  ।