ସୈଫ ଅଲ୍ଲି ଖାନଙ୍କୁ ଆକ୍ରମଣ ମାମଲାରେ ବଢ଼ୁଛି ଦ୍ୱନ୍ଦ୍ୱ: ୨ଦିନ ପରେ ପୋଲିସର ହାତ ଖାଲି

Advertisment

କିଏ କରିଥିଲେ ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନଙ୍କୁ ଛୁରାମାଡା । ଏନେଇ ଏବେ ବି ଜାରି ରହିଛି ସସପେନ୍ସ । ନିଜ ବାସଭବନରେ ଦୁର୍ବୃତ୍ତର ଛୁରାମାଡ଼ର ଶିକାର ହୋଇଥିବା ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଏବେ ସଂପୂର୍ଣ୍ଣ ବିପଦମୁକ୍ତ ଥିବା କହିଛନ୍ତି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର।

eqffeq

କନକ ବ୍ୟୁରୋ: କିଏ କରିଥିଲେ ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନଙ୍କୁ ଛୁରାମାଡା । ଏନେଇ ଏବେ ବି ଜାରି ରହିଛି ସସପେନ୍ସ । ନିଜ ବାସଭବନରେ ଦୁର୍ବୃତ୍ତର ଛୁରାମାଡ଼ର ଶିକାର ହୋଇଥିବା ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଏବେ ସଂପୂର୍ଣ୍ଣ ବିପଦମୁକ୍ତ ଥିବା କହିଛନ୍ତି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର। ଶୁକ୍ରବାର ସେ ଆଇସିୟୁରୁ ବାହାରକୁ ବାହାରିଛନ୍ତି ଏବଂ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି। ସେପଟେ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଉପରେ ଆକ୍ରମଣ ମାମଲାରେ ମୁମ୍ବାଇ ପୁଲିସ ଜଣେ ସନ୍ଦିଗ୍ଧକୁ ଅଟକ ରଖିଛି ବୋଲି ଖବର ପ୍ରସାରଣ ହେବାପରେ ପୁଲିସ ଏନେଇ ସ୍ପଷ୍ଟୀକରଣ ଦେଇଛି। ମୁମ୍ବାଇ ପୁଲିସ କହିଛି ଶୁକ୍ରବାର ସକାଳେ ବାନ୍ଦ୍ରା ଥାନାକୁ ଜେରା ପାଇଁ ଅଣାଯାଇଥିବା ସନ୍ଦିଗ୍ଧର ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଛୁରୀମାଡ଼ ମାମଲା ସହ କୌଣସି ସଂପର୍କ ନାହିଁ । ମାମଲାରେ ଏଯାବତ କେହି ଅଟକ ରହିନାହାନ୍ତି କି ଗିରଫ ହୋଇନାହାନ୍ତି ବୋଲି ପୁଲିସ ସ୍ପଷ୍ଟ କରିଛି। ତେବେ ଘଟଣାକୁ ଦୁଇ ଦିନ ବିତିସାରିଥିଲେ ମଧ୍ୟ ଏପର୍ୟ୍ୟନ୍ତ ଘଟଣାରେ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି ପୁଲିସ । ଯାହାକୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe