Photograph: (kanaknews)
କନକବ୍ୟୁରୋ : ପଶ୍ଚିମବଙ୍ଗର ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ଚର୍ଚ୍ଚା ଯେତିକି ବିବାଦ ମଧ୍ୟ ସେତିକି । ଦୀଘାସ୍ଥିତ ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ବୋଲି ଉଲ୍ଲେଖ କରାଯିବା ପରେ ବିବାବ ବଢିଛି । ଏହାସହ ଏହାକୁ ଅବିକଳ ପୁରୀ ଜଗନ୍ନାଥ ମନ୍ଦିର ସହ ତୁଳନା କରାଯାଉଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢିଛି । ଏହାକୁ ନେଇ ଓଡ଼ିଶାରେ ବିରୋଧର ବହ୍ନି ଜଳିବା ଆରମ୍ଭ ହେଲାଣି । ପୁରୀର ଗୁରୁତ୍ବ କମାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଷଡଯନ୍ତ୍ର କରୁଥିବା ଚର୍ଚ୍ଚା ବଢିଛି ।
Follow Us