କନକ ବ୍ୟୁରୋ : ବିଜେଡି ଉପରେ ବର୍ଷିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । କହିଲେ, ସାତ ଦିନ ଭିତରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କଂଗ୍ରେସକୁ କ୍ଷମା ମାଗନ୍ତୁ । ବିଜେଡିର ଗୋଟେ ନୌକର ନେହରୁଙ୍କୁ ପଣ୍ଡିଆନଙ୍କ ସହ ତୁଳନା କଲେ । ଏହାକୁ କଂଗ୍ରେସ ଗ୍ରହଣ କରିପାରିବନି । ପାଣ୍ଡିଆନଙ୍କ ଗୁଲାମ ନେହରୁଙ୍କ ବାବଦରେ କହିଲେ, ସେ କିଏ...ଗୁଲାମ ହୋଇ ଟିକେଟ୍‌ ପାଇଥିଲେ ହାରିଲେ ବୋଲି କଟାକ୍ଷ କରି କହିଛନ୍ତି ଭକ୍ତ ଦାସ । କହିଛନ୍ତି,ପାଣ୍ଡିଆନଙ୍କ ଗୁଲାମ ହେଉଛନ୍ତି ନବୀନ ବାବୁ । ସଂତ୍ରୁପ୍ତ ମିଶ୍ର ମଧ୍ୟ ପାଣ୍ଡିଆନଙ୍କ ଗୁଲାମ । ନବୀନ ବାବୁଙ୍କ ପାୱାରରେ ନେହରୁଙ୍କ ସହିତ ତୁଳନା କରିଛନ୍ତି ସନ୍ତୃପ୍ତ । ୭ ଦିନ ସମୟ ଦିଆଯାଉଛି ଯଦି ଏହା ଭିତରେ ନବୀନ ବାବୁ ଭୁଲ୍‌ ନମାଗିଲେ ନବୀନ ନିବାସ ଘେରିବ କଂଗ୍ରେସ । ଆଜି ବିଜୁ ବାବୁ ଉପରେ ଥାଇ ନବୀନଙ୍କ ଉପରେ ରାଗୁଥିବେ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ ।