ଗୃହରେ ବିଜେପି ବିଧାୟକଙ୍କ ବିବାଦୀୟ ବୟାନ ପ୍ରସଙ୍ଗ, ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିରୋଧୀଙ୍କ ପ୍ରତିବାଦ

Advertisment

ଏହି ଧାରଣାରେ ଉଭୟ କଂଗେୟସ ଓ ବିଜେଡି ସଦସ୍ୟମାନେ ମୌନ ପ୍ରତିବାଦ କରିଛନ୍ତି । ଏହାକୁ ନେଇ ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି କି, ଗୃହରେ ବିଜେପି ବିଧାୟକ ଗାନ୍ଧୀଜୀଙ୍କୁ ଅପମାନିତ କରିଛନ୍ତି । ଜାତିର ପିତାଙ୍କୁ ଅପମାନିତ କରି ଗୃହକୁ ଅପବିତ୍ର କରାଯାଇଛି ବୋଲି କହିଛନ୍ତି । ଏନେଇ ଇତିହାସ ସେମାନଙ୍କୁ କେବେ ବି କ୍ଷମା କରିବନି ବୋଲି ପ୍ରସନ୍ନ ଆଚାର୍ଯ୍ୟ ତାଙ୍କ ବୟାନରେ କହିଛନ୍ତି ।

assembly

କନକ ବ୍ୟୁରୋ : ବିଧାନସଭାର ଶୀତ ଅଧିବେଶନରେ ଆଜି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି  । ସଂସଦ ପରେ ଆଜି ଓଡ଼ିଶା ବିଧାନସଭାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ରାଜନୀତି ଜୋର ଧରିଛି । ବିଜେପି ବିଧାୟକ ମହାତ୍ମା ଗାନ୍ଧୀଙ୍କ ଅପମାନିତ କରିଥିବା ଅଭିଯୋଗରେ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି । ଏହି ଧାରଣାରେ ଉଭୟ କଂଗେୟସ ଓ ବିଜେଡି ସଦସ୍ୟମାନେ ମୌନ ପ୍ରତିବାଦ କରିଛନ୍ତି । ଏହାକୁ ନେଇ ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି କି, ଗୃହରେ ବିଜେପି ବିଧାୟକ ଗାନ୍ଧୀଜୀଙ୍କୁ ଅପମାନିତ କରିଛନ୍ତି । ଜାତିର ପିତାଙ୍କୁ ଅପମାନିତ କରି ଗୃହକୁ ଅପବିତ୍ର କରାଯାଇଛି ବୋଲି କହିଛନ୍ତି । ଏନେଇ ଇତିହାସ ସେମାନଙ୍କୁ କେବେ ବି କ୍ଷମା କରିବନି ବୋଲି ପ୍ରସନ୍ନ ଆଚାର୍ଯ୍ୟ ତାଙ୍କ ବୟାନରେ କହିଛନ୍ତି । ଗାନ୍ଧୀଜୀଙ୍କୁ ଅପମାନ ଜାତିପ୍ରତି ଅପମାନ ବୋଲି ସେ କହିବା ସହ ବାଚସ୍ପତି ଏହି ପ୍ରସଙ୍ଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି । ସଂପୃକ୍ତ ବିଧାୟକଙ୍କୁ ନିଲମ୍ବନ ଦାବି କରିଛନ୍ତି ବିରୋଧୀ ।

ଅଧିକ ପଢ଼ନ୍ତୁ:ବିଧାନସଭାରେ ପୁଣି ହୋହଲ୍ଲା: ନାରାବାଜି ଭିତରେ ଚାଲିଛି ବିଧାନସଭା

ସୂଚନା ଥାଉକି ବିଧାନସଭା ଗୃହରେ ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଥିଲେ କି, ଦେଶ ବିଭାଜନ ପାଇଁ ମହାତ୍ମା ଗାନ୍ଧୀ ଦାୟୀ । ଏହାକୁ ପ୍ରସଙ୍ଗକୁ ନେଇ ବିରୋଧୀ ଆଜି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe