କନକ ବ୍ୟୁରୋ :ବିଧାନସଭାର ଶୀତ ଅଧିବେଶନରେ ଆଜି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ସଂସଦ ପରେ ଆଜି ଓଡ଼ିଶା ବିଧାନସଭାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ରାଜନୀତି ଜୋର ଧରିଛି । ବିଜେପି ବିଧାୟକ ମହାତ୍ମା ଗାନ୍ଧୀଙ୍କ ଅପମାନିତ କରିଥିବା ଅଭିଯୋଗରେ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି । ଏହି ଧାରଣାରେ ଉଭୟ କଂଗେୟସ ଓ ବିଜେଡି ସଦସ୍ୟମାନେ ମୌନ ପ୍ରତିବାଦ କରିଛନ୍ତି । ଏହାକୁ ନେଇ ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି କି, ଗୃହରେ ବିଜେପି ବିଧାୟକ ଗାନ୍ଧୀଜୀଙ୍କୁ ଅପମାନିତ କରିଛନ୍ତି । ଜାତିର ପିତାଙ୍କୁ ଅପମାନିତ କରି ଗୃହକୁ ଅପବିତ୍ର କରାଯାଇଛି ବୋଲି କହିଛନ୍ତି । ଏନେଇ ଇତିହାସ ସେମାନଙ୍କୁ କେବେ ବି କ୍ଷମା କରିବନି ବୋଲି ପ୍ରସନ୍ନ ଆଚାର୍ଯ୍ୟ ତାଙ୍କ ବୟାନରେ କହିଛନ୍ତି । ଗାନ୍ଧୀଜୀଙ୍କୁ ଅପମାନ ଜାତିପ୍ରତି ଅପମାନ ବୋଲି ସେ କହିବା ସହ ବାଚସ୍ପତି ଏହି ପ୍ରସଙ୍ଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି । ସଂପୃକ୍ତ ବିଧାୟକଙ୍କୁ ନିଲମ୍ବନ ଦାବି କରିଛନ୍ତି ବିରୋଧୀ ।
ଅଧିକ ପଢ଼ନ୍ତୁ:ବିଧାନସଭାରେ ପୁଣି ହୋହଲ୍ଲା: ନାରାବାଜି ଭିତରେ ଚାଲିଛି ବିଧାନସଭା
ସୂଚନା ଥାଉକି ବିଧାନସଭା ଗୃହରେ ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଥିଲେ କି, ଦେଶ ବିଭାଜନ ପାଇଁ ମହାତ୍ମା ଗାନ୍ଧୀ ଦାୟୀ । ଏହାକୁ ପ୍ରସଙ୍ଗକୁ ନେଇ ବିରୋଧୀ ଆଜି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/04/assembly-2025-12-04-18-16-42.jpg)