କନକ ବ୍ୟୁରୋ : ଯେଉଁଠି ସାରା ଦେଶ ପହଲଗାମ ପ୍ରତିଶୋଧ ନେବାକୁ ଚାହିଁବସିଛି ସେଠି ଜଣକ ପରେ ଜଣେ କଂଗ୍ରେସ ନେତାଙ୍କ ବୟାନ ନୂଆ ନୂଆ ବିବାଦ ଛିଡ଼ା କରୁଛି । ଏହା ଭିତରେ ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ ରାୟଙ୍କ ବୟାନ ଯେତିକି ବିବାଦ ସୃଷ୍ଟି କରିଛି, ସେତିକି ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରୁଛି । ଅଜୟ ରାୟ ପ୍ରତିରକ୍ଷା ମନ୍ତ୍ରୀ ଓ ରାଫେଲ୍କୁ ନେଇ ଏକ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ଖେଳନା ରାଫେଲ୍ ଧରି ସରକାରଙ୍କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା । ମିଡିଆ ସାକ୍ଷାତାକାରରେ ଅଜୟ କହିଛନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ କରି ମୋଦୀ ସରକାର ଫ୍ରାନ୍ସରୁ ରାଫେଲ ଆଣିଲେ ଓ ପ୍ରତିରକ୍ଷା ମନ୍ତ୍ରୀ ଲେମ୍ବୁ ଓ ଲଙ୍କା ବାନ୍ଧିଲେ । ପହଲଗାମ ଆକ୍ରମଣ ପ୍ରତିଶୋଧ ନେବାକୁ ସରକାର ବାରମ୍ବାର କହୁଛନ୍ତି କିନ୍ତୁ ରାଫେଲରେ ଲେମ୍ବୁଲଙ୍କା ବାନ୍ଧି କାହିଁକି ସାଇତି ରଖିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ସେପଟେ ବିଜେପି ଅଜୟଙ୍କୁ କଡ଼ା ସମାଲୋଚନା କରିବା ସହ ସେନା ଓ ସରକାରଙ୍କ ମନୋବଳକୁ ହ୍ରାସ କରୁଥିବା କହିଛି ।
କଂଗ୍ରେସ ନେତା ଅଜୟ ରାୟଙ୍କ ବିବାଦୀୟ ବୟାନ; ଲେମ୍ବୁ,ଲଙ୍କା ବାନ୍ଧି ଯୁଦ୍ଧ ବିମାନକୁ ପାଖରେ ନରଖି ପାକିସ୍ତାନକୁ ଜବାବ ଦିଅ
ଭିତରେ ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ ରାୟଙ୍କ ବୟାନ ଯେତିକି ବିବାଦ ସୃଷ୍ଟି କରିଛି, ସେତିକି ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରୁଛି । ଅଜୟ ରାୟ ପ୍ରତିରକ୍ଷା ମନ୍ତ୍ରୀ ଓ ରାଫେଲ୍କୁ ନେଇ ଏକ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ଖେଳନା ରାଫେଲ୍ ଧରି ସରକାରଙ୍କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ।
/kanak/media/media_files/2025/05/05/O4NpmJxXWQZWlZCmOS6x.jpg)