କନକବ୍ୟୁରୋ: ବିରୋଧୀ ଦଳ ନେତାଙ୍କୁ ଧମକ ଦେଇ ଫସିଲେ ବିଜେପି ସାଂସଦ । ବେଙ୍ଗାଲୁର ପୁଲିସ ରୁଜୁ କଲା ମାମଲା । ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ରବନୀତ ସିଂହ ବିଟୁ ରାହୁଲ ଗନ୍ଧୀଙ୍କୁ ଦେଶର ଏକ ନମ୍ବର ଆତଙ୍କବାଦୀ କହିଥିଲେ । ଘଟଣାରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା । କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ କରିଥିଲା କଂଗ୍ରେସ ।

Advertisment

ଏହାପରେ ମାମଲା ରୁଜୁ କରିଛି ପୁଲିସ । ସେପଟେ ରବନୀତ ବିଟୁ କହିଛନ୍ତି, ସେ ତାଙ୍କ ବୟାନରୁ ଓହରିବେ ନାହିଁ । ପୁଲିସରେ ମାମଲା କରିଲେ ବି ମୁଁ ଭୟଭୀତ ନୁହେଁ । ରବନୀତଙ୍କ ବିରୋଧରେ ଭାରତୀୟ ନାୟ ସଂହିତାର ଧାରା ୩୫୩(୨) , ୧୯୨, ୧୯୬ ଧାରାରେ ମାମଲା ରୁଜୁ ହୋଇଛି ।