କନକ ବ୍ୟୁରୋ: ଏକ ପାଲେଷ୍ଟାଇନ ରାଷ୍ଟ୍ର ଗଠନ ସମ୍ଭାବନାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଅସ୍ୱୀକାର କରିଛନ୍ତି । ଅଧିକୃତ ୱେଷ୍ଟ ବ୍ୟାଙ୍କରେ ଇସ୍ରାଏଲର ଏକ ଆବାସିକ ଅଞ୍ଚଳ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ନେତାନ୍ୟାହୁ ଚୁକ୍ତି ସ୍ୱାକ୍ଷର କରିବା ଅବସରରେ କହିଛନ୍ତି, ଏହି ପ୍ରକଳ୍ପ ଦ୍ୱାରା ସମ୍ଭାବ୍ୟ ରାଷ୍ଟ୍ର ଅଞ୍ଚଳକୁ ଦୁଇଭାଗ କରିବ। ପାଲେଷ୍ଟାଇନ ରାଷ୍ଟ୍ର କେବେବି ସମ୍ଭବ ନୁହେଁ । ଏହି ସ୍ଥାନ ଆମର । ଆମେ ଆମର ଐତିହ୍ୟ, ଭୂମି ଏବଂ ଆମର ସୁରକ୍ଷାକୁ ଗୁରୁତ୍ବ ଦେବୁ। ଏହି ଆବାସିକ ପ୍ରକଳ୍ପ ଅନ୍ତର୍ଗତ ଜେରୁଜେଲମର ପୂର୍ବ ଅଞ୍ଚଳରେ ବହୁ ଘର ନିର୍ମାଣ କରାଯିବ। ଏହା ପାଲେଷ୍ଟାଇନ ରାଷ୍ଟ୍ର ସମ୍ଭାବନାକୁ ଦୂର କରିବ । ଏହି ଆବାସିକ ପ୍ରକଳ୍ପକୁ ଚୂଡ଼ାନ୍ତ ଅନୁମୋଦନ ମିଳିଛି । ପୂର୍ବରୁ ନେତାନ୍ୟାହୁଙ୍କୁ ଅର୍ଥମନ୍ତ୍ରୀ ବେଜାଲେଲ୍ ସ୍ମୋଟ୍ରିଚ୍ ମଧ୍ୟ ସମାନ କଥା କହିଥିଲେ ।
ନେତାନ୍ୟାହୁଙ୍କ ବିବାଦୀୟ ବୟାନ
ୱେଷ୍ଟ ବ୍ୟାଙ୍କରେ ଏକ ପ୍ରକଳ୍ପ ପାଇଁ ଚୁକ୍ତି ବେଳେ ନେତାନ୍ୟାହୁଙ୍କ ବୟାନ
ଏହି ସ୍ଥାନ ଆମର, ଆମ ଐତିହ୍ୟ, ଭୂମି ଏବଂ ସୁରକ୍ଷାକୁ ଗୁରୁତ୍ବ ଦେବୁ
ପାଲେଷ୍ଟାଇନ ରାଷ୍ଟ୍ର ଗଠନ ସମ୍ଭବ ନୁହେଁ
ଏହି ଆବାସିକ ପ୍ରକଳ୍ପକୁ ଚୂଡ଼ାନ୍ତ ଅନୁମୋଦନ ମିଳିଛି
ପୂର୍ବରୁ ନେତାନ୍ୟାହୁଙ୍କୁ ଅର୍ଥମନ୍ତ୍ରୀ ସମାନ କଥା କହିଥିଲେ