କନକ ବ୍ୟୁରୋ: କନକ ନ୍ୟୁଜ ମହାପ୍ରଭାବ, ବଦଳିଲେ ମାଲକାନଗିରିର ବିବାଦୀୟ ପିଏ ଆଇଟିଡିଏ। ପିଏ ଜୟଶ୍ରୀଙ୍କୁ ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟକୁ ବଦଳି କରାଯାଇଛି । ବାରମ୍ବାର ବଦଳି ଓ ବଦଳି ବାତିଲକୁ ନେଇ ଏହି ସରକାରୀ ଅଧିକାରିଣୀ ଜଣକ ଚର୍ଚ୍ଚାରେ ରହିଆସିଥିଲେ ।
ମାଡ଼ାମଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଆସିଥିବା ବେଳେ ଲେମନ ଗ୍ରାସ ମହାଦୁର୍ନୀତିକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ । ଏହି ପିଏ ଆଇଟିଡିଏଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ହୋଇଥିଲେ ଯନ୍ତ୍ରୀ । ନିମ୍ନମାନର ଆବାସିକ ବିଦ୍ୟାଳୟ ନିର୍ମାଣ ନେଇ ମଧ୍ୟ ମାଡ଼ାମଙ୍କୁ ତାଗିଦ କରିଥିଲେ ବିଭାଗୀୟ ମନ୍ତ୍ରୀ । ବିଲ୍ ପୈଠ ହେଉନଥିବାରୁ ଧାରଣାରେ ବସିଥିଲେ ଠିକାଦାର। ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟକୁ ବଦଳି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/10/beRQ07dQ1tzJ4VrLwKwa.jpg)