କନକ ବ୍ୟୁରୋ: ଡେପୁଟେସନ୍‌ରେ ଯିବେ ବିବାଦୀୟ ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ ଆଶିଷ ସିଂହ । ଅର୍ଦ୍ଧସାମରିକ ବାହିନୀ ଇଣ୍ଡୋ-ତିବ୍ଦତ ବର୍ଡର ପୁଲିସ ବା ଆଇଟିବିପିରେ ତାଙ୍କୁ ଆଇଜି ଭାବେ ନିଯୁକ୍ତି ଦିଆଯାଇଛି । ୫ ବର୍ଷ ପାଇଁ ସେ ଡେପୁଟେସନରେ ଯିବେ ବୋଲି ଭାରତ ସରକାରଙ୍କ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ବର୍ତ୍ତମାନ କାର୍ଯ୍ୟରୁ ତୁରନ୍ତ ରିଲିଭ ପାଇଁ ନିର୍ଦ୍ଦେଶ ଦିଆଯାଇଛି । 

Advertisment

ଏହାସହ ତୁରନ୍ତ କାର୍ୟ୍ୟରେ ଯୋଗଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭାରତ ସରକାରଙ୍କ ଅଣ୍ଡର ସେକ୍ରେଟାରୀ ସଞ୍ଜୀବ କୁମାର, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଛନ୍ତି। ଗତ ସାଧାରଣ ନିର୍ବାଚନରେ ବିବାଦକୁ ଆସିଥିଲେ ଆଶିଷ ସିଂ। ନିର୍ବାଚନ ପରିଚାଳନାରେ ଅନିୟମିତତା କରୁଥିବା ନେଇ ନିର୍ବାଚନ ଆୟୋଗ ଅଧ୍ୟକ୍ଷ ଅଭିଯୋଗ ଆଣିଥିଲେ। ପରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଲମ୍ବା ଛୁଟିରେ ଯାଇଥିଲେ । ନିର୍ବାଚନ ଫଳାଫଳ ପରେ ତାଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ମିଳିଥିଲା।