ଧରାପଡିଲେ ମାଂସ ପ୍ରିୟ ବାବା; ବାରହା ମାଂସ ରୋଷେଇ ବେଳେ ମାଡ଼ିବସିଲା ବନ ବିଭାଗ

Advertisment

ବାବାଙ୍କ ଘର ନରସିଂହପୁର ବ୍ଲକ ଆତଣ୍ଡା ଗାଁରେ । ସେପେଟେ ବାବା ପ୍ରକାଶ ଦାସଙ୍କ କହିବା ଅନୁସାରେ, ଜଣେ ବ୍ୟକ୍ତି ହରିପୁର ଛକରେ ମାଂସ ବିକ୍ରି କରୁଥିଲା ।

ବାବାଙ୍କ ଘର ନରସିଂହପୁର ବ୍ଲକ ଆତଣ୍ଡା ଗାଁରେ । ସେପେଟେ ବାବା ପ୍ରକାଶ ଦାସଙ୍କ କହିବା ଅନୁସାରେ, ଜଣେ ବ୍ୟକ୍ତି ହରିପୁର ଛକରେ ମାଂସ ବିକ୍ରି କରୁଥିଲା ।

Controversial Baba

କନକ ବ୍ୟୁରୋ : ଧରାପଡିଲେ ପୁଣି ଜଣେ ବିବାଦୀୟ ବାବା । ଏଥର ବି ସେହି କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରୁ ଆସିଛି ଖବର । ବାରହା ମାଂସ ରୋଷେଇ କରୁଥିବା ସମୟରେ ବନ ବିଭାଗ ଚଢାଉ କରିଥିଲା । ଦୁଇ କେଜି ରନ୍ଧା ମାଂସ ସହ ଏକ ଚମଡ଼ା ଜବତ କରିଛି ବନ ବିଭାଗ । ପ୍ରକାଶ ଚନ୍ଦ୍ର ଦାସ ନାମକ ଜଣେ ବାବାଙ୍କୁ ଗିରଫ କରିଛି ବନ ବିଭାଗ ।

ବାବାଙ୍କ ଘର ନରସିଂହପୁର ବ୍ଲକ ଆତଣ୍ଡା ଗାଁରେ । ସେପେଟେ ବାବା ପ୍ରକାଶ ଦାସଙ୍କ କହିବା ଅନୁସାରେ, ଜଣେ ବ୍ୟକ୍ତି ହରିପୁର ଛକରେ ମାଂସ ବିକ୍ରି କରୁଥିଲା । ସେ ତାଙ୍କ ଠାରୁ କିଣି ଘରକୁ ଆଣିଥିଲେ । ଏହାପରେ ଖବର ପାଇ ବନ ବିଭାଗ ତାଙ୍କୁ ଗିରଫ କରିଛି ।

କିଛି ଦିନ ତଳେ କଟକ ଆଠଗଡ଼ରୁ ଜଣେ ବାବାଙ୍କୁ ଗିରଫ କରାଯାଇଥିଲା । ସେ ନିଶା ଅବସ୍ଥାରେ ନାଚ କରୁଥିବା ଭିଡିଓ ସାମ୍ନାକୁ ଆସିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe