କନକ ବ୍ୟୁରୋ : ଜାରି ହେଲା ଟୋଲ-ଫ୍ରି ନଂ ୧୦୭୭ । ବିଭିନ୍ନ ଜିଲ୍ଲାରେ ଝିପ ଝିପ୍ ବର୍ଷା ଆରମ୍ଭ ହୋଇଗଲାଣି । ସନ୍ଧ୍ୟାରୁ ବର୍ଷା ବଢିବ , ଶେଷ ଆକଳନ ସୁଦ୍ଧା ପୂର୍ବ ପ୍ରସ୍ତୁତି ହୋଇଛି । ବିଭିନ୍ନ ବିଭାଗ ନିଜନିଜ ଦାୟିତ୍ୱ ସମ୍ପାଦନ କରିବା ପାଇଁ ପ୍ରସ୍ତୁତି କରିଛନ୍ତି । ରାଜସ୍ୱ ବିଭାଗର କଣ୍ଟ୍ରୋଲ ରୁମ୍ ସହ ଭିନ୍ନ ଭିନ୍ନ ବିଭାଗ ମଧ୍ୟ ନିଜସ୍ଵ କଣ୍ଟ୍ରୋଲ ରୁମ୍ ରହିବ। କୃଷି, ଶକ୍ତି, ଯୋଗାଣ, ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସମ୍ପର୍କ ବିଭାଗର କଣ୍ଟ୍ରୋଲ ରୁମ୍ ହୋଇଛି । ଅସୁବିଧାରେ ଥିବା ଲୋକ ଯେଉଁ ବିଭାଗର ସହାୟତା ଚାହିଁବେ ଅଧିକାରୀମାନେ ସହାୟତା ଯୋଗାଇବେ ବୋଲି ବିପର୍ଯ୍ୟୟ ପରାଚାଳନା ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ ମାନଙ୍କୁ ପ୍ରଭାବିତ ଜିଲ୍ଲା ଗୁଡ଼ିକର ଦାୟିତ୍ଵ ଦିଆଯାଇଛି । ବାତ୍ୟା ଗଲା ପରେ ସେମାନେ କ୍ଷୟକ୍ଷତି ଆକଳନ କରିବେ । ଚାଷ, ଘର ଭଙ୍ଗା ଓ ଥଇଥାନ ପର୍ଯ୍ୟନ୍ତ ତଦାରଖ କରିବେ । ଅଫିସରଙ୍କୁ ମଧ୍ୟ ଦାୟିତ୍ଵ ବଣ୍ଟା ଯାଇଛି , ସରକାରୀ ଅଧିକାରୀମାନେ ଗ୍ରାଉଣ୍ଡ ଜିରୋରେ ଅଛନ୍ତି ।