କନକ ବ୍ୟୁରୋ : କେନ୍ଦ୍ରପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଓ ରାଜନଗରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା । ୧୫ କିମି ରାସ୍ତା ପାଇଁ ଖର୍ଚ୍ଚ ହୋଇଛି ୨୧ କୋଟି ୧୭ ଲକ୍ଷ ୭୯ ହଜାର ଟଙ୍କା। ୨୦୨୧ରେ ଟେଣ୍ଡର ନେଇଥିବା ଠିକାଦାର ରାସ୍ତା କାମ କରିଛି । ହେଲେ ଏତେ ନିମ୍ନମାନର ଯେ ବର୍ଷେ ତ’ ଦୂରର କଥା, ମାସ କେଇଟା ବି ଗଲାନି । ଅଳ୍ପ ଦିନରେ ଭାଙ୍ଗିରୁଜି ଖାଲଖମାରେ ଭର୍ତ୍ତି ହୋଇଗଲା । ଏ ବାବଦରେ ଅଭିଯୋଗ ପରେ ବି ରାସ୍ତା ମରାମତି କରାଯାଉନାହିଁ । ଫଳରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଥିବା ଅଭିଯୋଗ ଆସିଛି ।

Advertisment

All Odisha Fire Safety Contractor Associationର ଜରୁରୀ କାଳୀନ ବୈଠକ ଅନୁଷ୍ଠିତ

 ରାସ୍ତା କରିବାର ୩୬ ମାସ ପର୍ଯ୍ୟନ୍ତ ମରାମତି ଦାୟିତ୍ବ ଠିକାଦାର ହାତରେ ଥାଏ । ଏଠି କିନ୍ତୁ ସବୁ ଚାଲିଛି ଠିକାଦାରଙ୍କ ଇଚ୍ଛାରେ । ରାସ୍ତା ନିର୍ମାଣ ପରେ ଠିକାଦାରଙ୍କର ଦେଖା ସାକ୍ଷାତ ମିଳୁନି । ଦୁର୍ନୀତିର ତଦନ୍ତ କରି ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ବାବୁଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ଅନ୍ୟପଟେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସହକାରୀ ଯନ୍ତ୍ରୀ ।

ପଟ୍ଟାମୁଣ୍ଡାଇର ୭ ପଞ୍ଚାୟତବାସୀଙ୍କ ଯା’ଆସର ମୁଖ୍ୟ ମାଧ୍ୟମ ଏହି ରାସ୍ତା । ହଜାର ହଜାର ଲୋକ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି। ତୁରନ୍ତ ରାସ୍ତା ମରାମତି କରାନଗଲେ ଆନ୍ଦୋଳନ ନେଇ ମିଳିଛି ଚେତାବନୀ ।