କନକବ୍ୟୁରୋ : ଗୁରୁ, ସୁସ୍ଥ ସମାଜ ଗଠନର କର୍ଣ୍ଣଧାର। ଶିକ୍ଷକ ମଣିଷ ତିଆରି କାରଖାନାର ବିଶ୍ୱକର୍ମା। ସେଥିପାଇଁ ତ କୁହାଯାଏ, ଶିକ୍ଷକ ସଦା ସର୍ବଦା ନମଷ୍ୟ। ଯଦିଓ, କିଛି କିଛି କ୍ଷେତ୍ରରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସଂପର୍କ ଟିକିଏ ମଳିନ ପଡ଼ିଛି। କିନ୍ତୁ ଏବେ ବି ଉତ୍ତମ ଗୁରୁ ଓ ଉତ୍ତମ ଛାତ୍ର ଅଛନ୍ତି। ଯେଉଁମାନେ ସମାଜ ପାଇଁ ପ୍ରେରଣାର ଉତ୍ସ । ଜମିଦାର ଘରର ଝିଅ। ଅତ୍ୟନ୍ତ ଉଚ୍ଚଶିକ୍ଷିତ। ଚାହିଁଥିଲେ ଉଚ୍ଚ ପଦବୀରେ ଚାକିରି କରିପାରିଥାନ୍ତେ । ଅୟସ ଆରାମ୍ରେ ଜୀବନ ଅତିବାହିତ କରିପାରିଥାନ୍ତେ। ହେଲେ ଆଦିମ ଜନଜାତି ଜୁଆଙ୍ଗଙ୍କ ସେବା ବଦଳାଇ ଦେଲା ତାଙ୍କ ପରିଚୟ। ଏବେ ସେ ଜମିଦାର ଘରର ଝିଅ ନୁହଁନ୍ତି ସମସ୍ତଙ୍କ ଗୁନି ଅପା । ତାଙ୍କ ନିସ୍ବାର୍ଥପର ଶିକ୍ଷାଦାନ ଶହଶହ ଜୁଆଙ୍ଗଙ୍କୁ ଜିଇଁବା ଶିଖାଇ ଦେଇଛି ।
ଆଦିମ ଜନଜାତି ଜୁଆଙ୍ଗଙ୍କ ବିକାଶ ପାଇଁ ଅବିରତ ଲଢ଼େଇ : ନିସ୍ବାର୍ଥପର ସେବା ପାଇଁ ଜଗତସିଂହପୁର ଝିଅଙ୍କୁ କେନ୍ଦୁଝରରେ ମିଳିଛି ପରିଚୟ
ଗୁରୁ, ସୁସ୍ଥ ସମାଜ ଗଠନର କର୍ଣ୍ଣଧାର। ଶିକ୍ଷକ ମଣିଷ ତିଆରି କାରଖାନାର ବିଶ୍ୱକର୍ମା। ସେଥିପାଇଁ ତ କୁହାଯାଏ, ଶିକ୍ଷକ ସଦା ସର୍ବଦା ନମଷ୍ୟ। ଯଦିଓ, କିଛି କିଛି କ୍ଷେତ୍ରରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସଂପର୍କ ଟିକିଏ ମଳିନ ପଡ଼ିଛି
/kanak/media/media_files/2025/09/05/25-2025-09-05-19-17-42.jpg)