ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ମହାଦେଶୀୟ ଟେବୁଲ୍ ଟେନିସ୍ ଟକ୍କର : ଘରୋଇ ପଡ଼ିଆରେ ପଦକ ହାସଲ କରିବା ନେଇ ଭାରତର ଆଶା

ପୁରୁଷ ଓ ମହିଳା ଶୀର୍ଷ ୧୩ ଦଳ ଲାଗି ବିଶ୍ବ ଯୋଗ୍ୟତା ୨୮ ତମ ଆଇଆଇଟିଏଫ୍‌-ଏଟିଟିୟୁ ଏସୀୟ ଟେବୁଲ୍ ଟେନିସ୍ ଦଳଗତ ପ୍ରତିଯୋଗିତା ଲାଗି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ଆଥ୍‌ଲେଟିକ୍‌ କେନ୍ଦ୍ର ପ୍ରସ୍ତୁତ ।

table tennis

table tennis Photograph: (kanakNews)

କନକ ବ୍ୟୁରୋ : ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ମହାଦେଶୀୟ ଟେବୁଲ ଟେନିସ୍ ଟକ୍କର । ପୁରୁଷ ଓ ମହିଳା ଶୀର୍ଷ ୧୩ ଦଳ ଲାଗି ବିଶ୍ବ ଯୋଗ୍ୟତା ୨୮ ତମ ଆଇଆଇଟିଏଫ୍‌-ଏଟିଟିୟୁ ଏସୀୟ ଟେବୁଲ୍ ଟେନିସ୍ ଦଳଗତ ପ୍ରତିଯୋଗିତା ଲାଗି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ଆଥ୍‌ଲେଟିକ୍‌ କେନ୍ଦ୍ର ପ୍ରସ୍ତୁତ । ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତା ଲାଗି ଆୟୋଜକ ଭାରତ ସହ ୨୨ ଦେଶର ୫୦୦ରୁ ଊର୍ଦ୍ଧ୍ବ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ଭୁବନେଶ୍ବର ପହଞ୍ଚି ସାରିଛନ୍ତି । ଭାରତରେ ଚତୁର୍ଥ ଏବଂ ଓଡ଼ିଶାରେ ପ୍ରଥମ ଥର ଲାଗି ଆୟୋଜିତ ଏହି ୫ ଦିନିଆ ପ୍ରତିଯୋଗିତା ୨୦୨୬ରେ ଲଣ୍ଡନରେ ହେବାକୁ ଥିବା ଆଇଆଇଟିଏଫ୍‌ ବିଶ୍ବ ଟେବୁଲ ଟେନିସ୍‌ ଦଳଗତ ପ୍ରତିଯୋଗିତାର ଯୋଗ୍ୟତା ମାର୍ଗ । ଉଭୟ ପୁରୁଷ ଓ ମହିଳାରେ ଶୀର୍ଷ ୧୩ ଦଳ ଏହି ବିଶ୍ବ ପ୍ରତିଯୋଗିତା ଲାଗି ସ୍ଥାନ ପକ୍କା କରିନେବେ । ଗତ ଥର ଅପେକ୍ଷା ପୁରସ୍କାର ରାଶିର ୪ ଗୁଣା ବୃଦ୍ଧି ହୋଇ ୧ ଲକ୍ଷ ଡଲାରରୁ ୪ ଲକ୍ଷ ଡଲାରରେ ପହଞ୍ଚିଛି । ଯାହା ‌ଖେଳାଳିଙ୍କୁ ଆକୃଷ୍ଟ କରିବ । ଭାରତରେ ୧୬ ବର୍ଷ ପରେ ଏହି ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି । ଗତ ସଂସ୍କରଣରେ ଉଭୟ ପୁରୁଷ ଓ ମହିଳା ବର୍ଗରେ କାଂସ୍ୟ ଜିତିଥିବା ଭାରତ ଘରୋଇ ପଡ଼ିଆରେ ପଦକର ରଙ୍ଗ ବଦଳାଇବା ଆଶା ରଖିଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe