କନକ ନ୍ୟୁଜ: ବିବାଦ ପରେ ସ୍ପଷ୍ଟୀକରଣ ରଖିଲା ନେଟଫ୍ଲିକସ୍ । ୱେବସିରିଜ “ଆଇସି ୮୧୪: ଦି କାନ୍ଦାହାର ହାଇଜାକ”କୁ ନେଇ ବିବାଦ ବଢୁଛି । ଏଥିପାଇଁ ନେଟଫ୍ଲିକ୍ସ କଣ୍ଟେଣ୍ଟ ହେଡଙ୍କୁ ସମନ ଦେଇଥିଲେ ଭାରତ ସରକାର । ଆଉ ଏଥିପାଇଁ ନେଟଫ୍ଲିକ୍ସ ନିଷ୍ପତ୍ତି ନେଇଛି କି, ଆଇସି ୮୧୪: ଦି କାନ୍ଦାହାର ହାଇଜାକ ହାଇଜ୍ୟାକର୍ସଙ୍କ ନାମ ଏବଂ କୋଡ୍ ପରିବର୍ତ୍ତନ କରାଯିବ । ଏକ ସାମ୍ବାଦିକ ସମ୍ମିଳନୀରେ ନେଟଫ୍ଲିକ୍ସ କଣ୍ଟେଣ୍ଟ ହେଡ ମୋନିକା ଶେରଗିଲ କହିଛନ୍ତି, ୧୯୯୯ରେ ଇଣ୍ଡିଆନ ଏୟାରଲାଇନ୍ସ ବିମାନ ୮୧୪ ଅପହରଣରେ ଅଜ୍ଞାତ ଦର୍ଶନଙ୍କ ଫାଇଦା ପାଇଁ ଓପନିଂ ଡିସକ୍ଲେମରରେ ହାଇଜ୍ୟାକର୍ସଙ୍କ ଅସଲ ନାମ ଏବଂ କୋଡ ନାମକୁ ସାମିଲ କରିବା ପାଇଁ ଅପଡେଟ୍ କରାଯାଇଛି ।
ସିରିଜରେ କୋଡ ନାମ ଅସଲ ଘଟଣା ସମୟରେ ବ୍ୟବହାର ହେଇଥିବା ନାମକୁ ଦେଖାଯାଇଥାଏ । ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଏହି ସିରିଜରେ ବିମାନ ଅପହରଣକାରୀଙ୍କ ନାମ ହିନ୍ଦୁ ରଖାଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନେଟ୍ ଫ୍ଲିକ୍ସ ଇଣ୍ଡିଆର କଣ୍ଟେଣ୍ଟ ହେଡ୍ ମୋନିକା ସେରଗିଲଙ୍କୁ ସମନ ଜାରି କରିଥିଲା । ୫ ଆତଙ୍କୀଙ୍କ ନାମ ଥିଲା ଇବ୍ରାହିମ ଅଖତର, ସାହିଦ ଅଖତର, ସନ୍ନି ଅହମ୍ମଦ, ଜହୁର ମିସ୍ତ୍ରୀ ଓ ଶାକିର । ହେଲେ ସିରିଜରେ ସେମାନଙ୍କ ନାମ ବଦଳାଇ ଚିଫ୍ , ଡକ୍ଟର, ବର୍ଜର, ଭୋଳା ଓ ଶଙ୍କର ରଖାଯାଇଛି । ଭୋଳା ଓ ଶଙ୍କର ନାମକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/wgA4xzxyiKVTwsiTUty8.jpg)