ଗାଁରେ ଜମିଛି ଦୂଷିତ ପାଣି: ନିଷ୍କାସିତ ହୋଇନପାରି ଦୁର୍ଗନ୍ଧରେ ଫାଟି ପଡୁଛି ନାକ

Advertisment

ଜଳ ନିଷ୍କାସନ ପଥ ଅବରୋଧ ହେବା ଯୋଗୁ ବର୍ଷାପାଣି ନିସ୍କାସିତ ହୋଇ ନପାରି ଗାଁରେ ସୃଷ୍ଟି ହୋଇଛି ଅସ୍ବାସ୍ଥ୍ୟକର ପରିବେଶ। ରାସ୍ତାଘାଟ ନଳକୁପ ସହିତ ଘର ଆଗରେ ଜମିରହିଛି ଦୁର୍ଗନ୍ଧ ଯୁକ୍ତ ପଚା ପାଣି ଓ କାଦୁଅ।

ଜଳ ନିଷ୍କାସନ ପଥ ଅବରୋଧ ହେବା ଯୋଗୁ ବର୍ଷାପାଣି ନିସ୍କାସିତ ହୋଇ ନପାରି ଗାଁରେ ସୃଷ୍ଟି ହୋଇଛି ଅସ୍ବାସ୍ଥ୍ୟକର ପରିବେଶ। ରାସ୍ତାଘାଟ ନଳକୁପ ସହିତ ଘର ଆଗରେ ଜମିରହିଛି ଦୁର୍ଗନ୍ଧ ଯୁକ୍ତ ପଚା ପାଣି ଓ କାଦୁଅ।

wdw

କନକ ବ୍ୟୁରୋ: ଜଳ ନିଷ୍କାସନ ପଥ ଅବରୋଧ ହେବା ଯୋଗୁ ବର୍ଷାପାଣି ନିସ୍କାସିତ ହୋଇ ନପାରି ଗାଁରେ ସୃଷ୍ଟି ହୋଇଛି ଅସ୍ବାସ୍ଥ୍ୟକର ପରିବେଶ। ରାସ୍ତାଘାଟ ନଳକୁପ ସହିତ ଘର ଆଗରେ ଜମିରହିଛି ଦୁର୍ଗନ୍ଧ ଯୁକ୍ତ ପଚା ପାଣି ଓ କାଦୁଅ। ଏପରି ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ଗ୍ରାମବାସୀ ମାନେ ହେଉଛନ୍ତି ବିଭିନ୍ନ ରୋଗର ଶିକାର।

ଗାଁର ଲୋକଙ୍କ ମୁଣ୍ଡ ବିନ୍ଧା ପାଲଟିଛି ଦୂଷିତ ପାଣି । ଜଳ ନିଷ୍କାସନ କରିବାର ବାଟ ବନ୍ଦ ହୋଇଥିବା ବେଳେ ପାଣି ଜମି ରହି ପୁତିଗନ୍ଧମୟ ପରିବଶେ ସୃଷ୍ଟି ହୋଇଛି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ରାଜଗଡ ଗ୍ରାମର ୯ ଓ ୧୦ ନମ୍ବର ୱାର୍ଡରେ ଏହି ସମସ୍ୟା ଦେଖିବାକୁ ମିଳିଛି । କିଛି ଲୋକ ଜଳ ନିଷ୍କାସନ ପଥକୁ ଅବରୋଧ କରିବା ସହିତ ମାଟି ପକାଇ ପୋତିଦେଇଥିବା ଅଭିଯୋଗ ହୋଇଛି । ଫଳରେ ଦୂଷିତ ପାଣି ସବୁ ରାସ୍ତାରେ ଲହଡି ଭାଙ୍ଗୁଛି । ଲୋକେ ଦିନ ଦିନ ଧରି ଦୁର୍ଗନ୍ଧ ଯୁକ୍ତ ପରିବେଶରେ ଲୋକେ ରହୁଛନ୍ତି। ସମସ୍ୟା ସମାଧାନ ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନଙ୍କୁ ଜଣାଇଲେ ମଧ୍ୟ ଏହାର କୌଣସି ସମାଧାନ ହୋଇପାରିନି । ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । 

ରାଜଗଡ ଗ୍ରାମର ୯ ଓ ୧୦ ନମ୍ବର ୱାର୍ଡରେ ପ୍ରାୟ ୧୫୦ ପରିବାର ବସବାସ କରୁଛନ୍ତି। ଜଳ ନିଷ୍କାସନ ପଥ ଅବରୋଧ ଯୋଗୁ ଦୀର୍ଘଦିନ ହେବ ବର୍ଷା ପାଣି ସହିତ ଡ୍ରେନ୍ ପାଣି ଆଉ ଆଗଭଳି ନିସ୍କାସିତ ହୋଇ ପାରୁନି । ସ୍କୁଲ ପିଲାଙ୍କଠୁ ନେଇ ଗାଁର ଲୋକମାନେ ଯିବାଆସିବା ନେଇ ଅନେକ ଅସୁବିଧା ଭୋଗୁଛନ୍ତି । ଦୁଷିତ ପରିବେଶ ଯୋଗୁ ମଶା ମାଛି ବୃଦ୍ଧି ପାଇବା ସହିତ ଜ୍ବର , ଝାଡା ସହିତ ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି ।

 ରାଜଗଡ ଗ୍ରାମର ୯ ଓ ୧୦ ନମ୍ବର ୱାର୍ଡରେ ଜଳ ନିଷ୍କାସନ ପଥ ଜବରଦଖଲ ମୁକ୍ତ କରିବା ସହିତ ସୃଷ୍ଟି ହୋଇଥିବା ଅସ୍ବାସ୍ଥ୍ୟକର ପରିବେଶରୁ ଗ୍ରାମବାସୀଙ୍କୁ ମୁକ୍ତି ଦେବାପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe