କନକ ବ୍ୟୁରୋ: ଗଞ୍ଜେଇ ସେବନ କରୁଥିଲେ ହୋଇଯାଆନ୍ତୁ ସାବଧାନ, ଆପଣଙ୍କୁ ଗ୍ରାସିପାରେ କର୍କଟ ରୋଗ। ଗଞ୍ଜେଇର ନିଶା ବ୍ୟକ୍ତିକୁ ବିଭିନ୍ନ ଉପାୟରେ ପ୍ରଭାବିତ କରେ । ଯେପରିକି ଚିନ୍ତା, ଅସ୍ଥିରତା ବୃଦ୍ଧି, ଚିନ୍ତା କରିବା ଏବଂ ବୁଝିବାର କ୍ଷମତାକୁ ପ୍ରଭାବିତ କରିବା, ହୃଦସ୍ପନ୍ଦନ ବୃଦ୍ଧି କରିବା ଇତ୍ୟାଦି । ତେବେ ପ୍ରିଭେଣ୍ଟିଭ୍ ମେଡିସିନ୍ ରିପୋର୍ଟରେ ଏକ ନୂତନ ଅଧ୍ୟୟନ ପ୍ରକାଶିତ ହୋଇଛି, ଯେଉଁଥିରେ କୁହାଯାଇଛି ଯେ ଗଞ୍ଜେଇ ବ୍ୟବହାର କରୁଥିବା ଲୋକମାନଙ୍କର ୫ ବର୍ଷ ମଧ୍ୟରେ ମୁଖ କର୍କଟ, ବିଶେଷକରି ଓଠ କିମ୍ବା ଜିଭ କର୍କଟ ହେବାର ଆଶଙ୍କା ତିନି ଗୁଣରୁ ଅଧିକ ଥାଏ । ଜାଣନ୍ତୁ ଏନେଇ ଅଧିକ ତଥ୍ୟ ।

ଗଞ୍ଜେଇ ଟାଣୁଥିଲେ ହୋଇପାରେ କ୍ୟାନ୍ସର :

Advertisment

-ଗଞ୍ଜେଇକୁ ନେଇ ଗବେଷଣାରୁ ସାମ୍ନାକୁ ଆସିଲା ଚିନ୍ତାଜନକ ତଥ୍ୟ
-କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପକ୍ଷରୁ କରାଯାଇଥିଲା ଗବେଷଣା
-୪୫,୦୦୦ ରୋଗୀଙ୍କୁ ଗବେଷଣାରେ ସାମିଲ କରାଯାଇଥିଲା
-ଅଧିକାଂଶ ରୋଗୀ ଅତ୍ୟଧିକ ଗଞ୍ଜେଇ ବ୍ୟବହାର କରୁଥିଲେ
-ପ୍ରଥମେ ଏମାନଙ୍କ ମଧ୍ୟରେ ସିୟୁଡି ଭଳି ସମସ୍ୟା ଦେଖାଯାଇଥିଲା
-୦.୭୪% ରୋଗୀ ପରେ ମୁଖ କର୍କଟ ରୋଗରେ ପୀଡିତ ହୋଇଥିଲେ
-ସିୟୁଡ଼ି ନଥିବା ଲୋକଙ୍କ ମଧ୍ୟରେ ଏହା କେବଳ ୦.୨୩% ରହିଥିଲା
-ଗଞ୍ଜେଇ ଧୂଆଁରେ ତମାଖୁ ପରି ଅନେକ ରାସାୟନିକ ପଦାର୍ଥ ଥାଏ
-ଯେଉଁଥିରେ ପଲିସାଇକ୍ଲିକ୍ ଆରୋମାଟିକ୍ ହାଇଡ୍ରୋକାର୍ବନ, ଫିନୋଲ ଅନ୍ତର୍ଭୁକ୍ତ
-ଏହି ବିଷାକ୍ତ ପଦାର୍ଥ ମୁଖ ଏବଂ ଶ୍ୱାସକ୍ରିୟା ନଳୀର କୋଷଗୁଡ଼ିକୁ କ୍ଷତି ପହଞ୍ଚାଇପାରେ