କନକ ବ୍ୟୁରୋ: ଆଜିକାଲି ଦରସିଝା ଚିକେନ୍ ଖାଇବା ଅନେକଙ୍କ ପାଇଁ ପସନ୍ଦ ହୋଇଛି ବିଶେଷ କରି ଯୁବଗୋଷ୍ଠୀଙ୍କ ପସନ୍ଦ ସାଜିଛି । କାରଣ ଫିଟ୍ ବଡ଼ି ଜିରୋ ଫିଗର ପଛରେ ପଡ଼ିଥିବା ଯୁବକ ଯୁବତୀ ବା ଜିମ୍ ଯାଉଥିବା ୟୁଥ୍ ଦରସିଝା ଚିକେନ୍ ଖାଇବାକୁ ପସନ୍ଦ କରୁଛନ୍ତି କାରଣ ଏଥିରେ ଅଧିକ ପ୍ରୋଟିନ୍ ରହିଛି , ଯାହା ହଜମ ହେବାକୁ ସମୟ ନିଏ ଯାହାଦ୍ବାରା ଭୋକ ବି ମକମ୍ ଲାଗେ ଏବଂ ଖାଇବା ପରିମାଣ କମିଲେ ଭୋକ କମ୍ ହେଲେ ଶରୀରର ଓଜନ ବି ନିୟନ୍ତ୍ରଣରେ ରୁହେ । କିନ୍ତୁ ଏହି ଦରସିଝା ଚିକେନ୍ କିନ୍ତୁ ଘାତକ ହୋଇପାରେ । ଏନେଇ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ସୌରଭ ସେଠୀ ସତର୍କ କରିଛନ୍ତି।
ଅଧା ସିଝା ଚିକେନ୍ ଖାଇବା ଦ୍ବାରା ଶରୀରରେ ’ଗୁଇଲେନ୍ ବୈରେ ସିଣ୍ଡ୍ରୋମ୍’ ଭଳି ଏକ ବିରଳ ସମସ୍ୟା ଦେଖାଯାଏ । ମାର୍ଚ୍ଚ ୯ ତାରିଖରେ ଡ. ସେଠୀ କରିଥିବା ଏକ ପୋଷ୍ଟ ଏବେ ର୍ଚ୍ଚାରେ ରହିଛି । ଦରସିଝା ଚିକେନ୍ ଖାଇ ଜଣେ ଯୁବକ ପକ୍ଷାଘାତରେ ପଡ଼ିବା ପରେ ଏହାକୁ ନେଇ ଡାକ୍ତର ଆଲର୍ଟ କରିଛନ୍ତି । ଡାକ୍ତର ସୌରଭ ସେଠୀଙ୍କ କହିବା ଅନୁସାରେ, ଯଦି କେହି ଦରସିଝା ଚିକେନ୍ ଖାଉଛନ୍ତି, ସେମାନଙ୍କଠାରେ ପକ୍ଷାଘାତ ହେବାର ଆଶଙ୍କା ରହିଛି । କିଛି ଲକ୍ଷଣ ଯେପରି, ହାଲିଆ ଲାଗିବା, କଥା କହିବା ଓ ଖାଦ୍ୟ ଢୋକବାରେ ସମସ୍ୟା, ପେଟ ଦରଜ ଓ ପରିସ୍ରା ଓ ମଳତ୍ୟାଗ ସମସ୍ୟାରେ ସମସ୍ୟା ହେବା ପରି ଲକ୍ଷଣ ଦେଖାଯାଏ । ପ୍ରଥମେ ପାଦ ଦରଜ ହୁଏ ଏହାପରେ ଯନ୍ତ୍ରଣା ଶରୀରର ଉପର ଭାଗକୁ ଗତି କରେ ।
ପାଦ ଝିମଝିମ ହେବା ପରେ ଅନୁଭବ ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । କାରଣ ଏଭଳି ସମସ୍ୟା ଲାଗିରହିଲେ ଏହା ପକ୍ଷାଘାତକୁ ନିମନ୍ତ୍ରଣ କରିବାର ଯଥେଷ୍ଟ ରହିଛି । ଉପରୋକ୍ତ ଲକ୍ଷଣରୁ କିଛି ବି ଲକ୍ଷଣ ଶରୀରରେ ଦେଖାଗଲେ ଡାକ୍ତରଙ୍କ ପାଖକୁ ଯିବାରେ ଡେରି କରନ୍ତୁନି ନଚେତ୍ ଅବହେଳା ଆପଣଙ୍କ ପାଇଁ କାଳ ହୋଇପାରେ ।