ରାସ୍ତା ନିର୍ମାଣରେ ବଡ଼ ଦୁର୍ନୀତି, ପାଣିରେ ପଡ଼ିଲା କୋଟି କୋଟି ଟଙ୍କା

ନିର୍ମାଣ ନସରୁଣୁ ରାସ୍ତାରେ ଗଡୁଛି ଗୋଡ଼ି । କୋଟି କୋଟି ଟଙ୍କା ହଡ଼ପ ଅଭିଯୋଗ

ରାସ୍ତାରେ ଗଡ଼ୁଛି ଗୋଡ଼ି!

ରାସ୍ତାରେ ଗଡ଼ୁଛି ଗୋଡ଼ି! Photograph: (KanakNews)

କନକ ବ୍ୟୁରୋ:  ନିର୍ମାଣ କାର୍ଯ୍ୟ ସରିନି, ରାସ୍ତା ଫାଟି ଆଁ କଲାଣି । ଗୋଡ଼ି ଉଠି ରାସ୍ତାରେ ଗଡ଼ିଲାଣି । ବରୀ ବ୍ଲକର ଗୋଳକୁଣ୍ଡରୁ ରତ୍ନଗିରିକୁ ଲମ୍ବିଥିବା ରାସ୍ତାର  ସୋଚନୀୟ ଅବସ୍ଥା । ୧୪ କୋଟି ବ୍ୟୟରେ ରାସ୍ତା କାମ ହୋଇଛି । ନିର୍ମାଣ ଆରମ୍ଭରୁ ଅତିନିମ୍ନମାନର ହେଉଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା । ହେଲେ କର୍ଣ୍ଣପାତ କଲେ ନାହିଁ ବିଭାଗୀୟ ଅଧିକାରୀ । ଦିନେ ବି କାମ ଦେଖିବାକୁ ଆସିଲେ ନାହିଁ । ତେଣୁ ମନଇଛା ପତଳା ବାଲି ସାଙ୍ଗକୁ ମାଟି ମିଶା ଗୋଡ଼ି ଓ ଶସ୍ତା ସିମେଣ୍ଟରେ କାମ କଲେ ଠିକାଦାର । ସେହି ରାସ୍ତା ଦେଇ ଜିଲ୍ଲାପାଳ ମଧ୍ୟ ଯିବା ଆସିବା କରୁଛନ୍ତି କିନ୍ତୁ ତାଙ୍କ ନଜର ବି ପଡୁନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ବାର୍ଷିକ ଲକ୍ଷଲକ୍ଷ ଟଙ୍କା ଦରମା ନେଉଥିବା ଅଧିକାରୀମାନେ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ଆସୁନାହାନ୍ତି କାହିକି ? ନା ଠିକାଦାରଙ୍କ ସହିତ ଆପୋଷ ବୁଝାମଣା ହୋଇଛି ? ସ୍ଥାନୀୟ ଲୋକଙ୍କ ମନରେ ଏମିତି ଅନେକ ପ୍ରଶ୍ନ ଉଠିଛି । କେବଳ ଏହି ଗୋଟିଏ ରାସ୍ତା ନୁହେଁ, ଗୋଳକୁଣ୍ଡ-ଇନ୍ଦୁପୁର ରାସ୍ତାର ମଧ୍ୟ ସମାନ ଅବସ୍ଥା । ନିର୍ମାଣ କାର୍ଯ୍ୟ ସରିନି ହେଲେ ଗୋଡ଼ି ଉଠି ରାସ୍ତାରେ ଗଡୁଛି । ଯନ୍ତ୍ରୀ ଠିକାଦାରଙ୍କ ମିଲିଭଗତ୍‌ରେ କୋଟିକୋଟି ଟଙ୍କା ହଡ଼ପ ନେଇ ପୁରା ମାଷ୍ଟର ପ୍ଲାନ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ନୂଆ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe