କନକ ବ୍ୟୁରୋ: ସଂସଦରେ ହଙ୍ଗାମା, ଓଡ଼ିଶାରେ ହଲ୍ଲାବୋଲ। ଦିଲ୍ଲୀରୁ ପଲ୍ଲୀ ସବୁଠି ଜଳୁଛି ରାଜନୈତିକ ତାତି। ସଂସଦ ଭିତରେ ଓ ବାହାରେ ହଙ୍ଗାମା କରିଛନ୍ତି ଉଭୟ ଶାସକ ଓ ବିରୋଧୀ। ଓଡ଼ିଶାରେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସାଂସଦଙ୍କୁ ଠେଲିଦେବା ଘଟଣାରେ ରାହୁଲ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନା ଦାବି କରିଛି ବିଜେପି। ସେପଟେ ସଂସଦରେ ଆମ୍ୱେଦକରଙ୍କୁ ଅସମ୍ମାନ ପ୍ରସଙ୍ଗରେ ଅମିତ ଶାହାଙ୍କ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଜିଲ୍ଲା ଯୁବ କଂଗ୍ରେସ କମିଟି ।

Advertisment
  • ଦିଲ୍ଲୀରୁ ପଲ୍ଲୀ ବିଜେପି ବନାମ କଂଗ୍ରେସ  
  • ସଂସଦରୁ ସଡକ ଯାଏଁ ତୀବ୍ର ପ୍ରତିକ୍ରିୟା  

ଡକ୍ଟର ଭୀମରାଓ ଆମ୍ୱେଦକରଙ୍କୁ ଅସମ୍ମାନ ବନାମ ସଂସଦରେ ରାହୁଲ ଗାନ୍ଧୀଙ୍କ ଗୁଣ୍ଡାଗର୍ଦ୍ଦି । ଏହି ପ୍ରସଙ୍ଗକୁ ନେଇ ସଂସଦ ଭିତରେ ଓ ବାହାରେ ହଙ୍ଗାମା ଦେଖିବାକୁ ମିଳିଛି। ସଂସଦ ବାହାରେ ଉଭୟ ଏନଡିଏ, ଇଣ୍ଡି ମେଣ୍ଟର ସାଂସଦ ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ କରିଛନ୍ତି। କେବଳ ସଂସଦ ନୁହେଁ ସଡ଼କରେ ମଧ୍ୟ ଏହାର ତାତି ଦେଖିବାକୁ ମିଳିଛି । ଏଏନଡିଏ ପକ୍ଷରୁ ସଂସଦରୁ ରାହୁଲ ଗାନ୍ଧୀଙ୍କୁ ନିଲମ୍ୱନ କରିବାକୁ ଦାବି କରାଯାଇଛି । ଅନ୍ୟପଟେ ଆମ୍ୱେଦକରଙ୍କୁ ଅପମାନ ଓ ରାହୁଲଙ୍କ ସମର୍ଥନରେ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ବରେ ବିରୋଧୀ ସାଂସଦମାନେ ବିଜୟ ଚୌକରୁ ସଂସଦ ଭବନ ଯାଏଁ ପଦଯାତ୍ରା କରିଛନ୍ତି ।

  • ଦିଲ୍ଲୀରେ ନିଆଁ, ଜଳିଲା ସାରାଦେଶ
  • ଓଡ଼ିଶାରେ ବିଜେପି-କଂଗ୍ରେସ ମୁହାଁମୁହିଁ   

ସଂସଦର ମକର ଦ୍ୱାରରେ ଠେଲାପେଲା ଘଟଣାକୁ ଭୁବନେଶ୍ୱର ରାଜଭବନ ଆଗରେ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି। ସଂସଦରେ ରାହୁଲ ଗାନ୍ଧୀ ଗୁଣ୍ଡାଗର୍ଦ୍ଦି କରିଥିବାରୁ ଆଇନ ଅନୁସାରେ ଦଣ୍ଡ ଦିଆଯାଉ। ଓଡ଼ିଶା ସାଂସଦଙ୍କୁ ଠେଲି ଦେଇ ରାହୁଲ ଓଡିଆ ସାଂସଦଙ୍କୁ ନୁହେଁ ଓଡ଼ିଶାକୁ ଅପମାନିତ କରିଛନ୍ତି। ରାହୁଲ ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି। ସେପଟେ ସମ୍ୱିଧାନ ପ୍ରଣେତା ଆମ୍ୱେଦକରଙ୍କୁ ଅପମାନ ଓ ରାହୁଲଙ୍କ ନାଁରେ ଏତଲା ବିରୋଧରେ ବଲାଙ୍ଗୀର କଚେରୀ ଛକ ଠାରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ। ସଂସଦରେ ଶାହା ଆମ୍ୱେଦକରଙ୍କୁ ଅସମ୍ମାନ କରିଥିବାରୁ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଜିଲ୍ଲା ଯୁବ କଂଗ୍ରେସ କମିଟି ଦାବି କରିଛି । 

ତେବେ ସଂସଦରେ ଠେଲାପେଲା ଘଟଣାରେ ତଳେ ପଡି ଆହତ ହୋଇଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବେ ସୁସ୍ଥ ଥିବା ଆରଏମଏଲ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।