ପ୍ରେମ ନିବେଦନ କଲେ, ନମାନିବାରୁ ନିସ୍ତୁକ ମାଡ ମାରିଲେ ; ପ୍ରେମିକ କନଷ୍ଟେବଳଙ୍କ ଉନ୍ମତ୍ତ କାଣ୍ଡ

ନର୍ସଙ୍କୁ କନଷ୍ଟେବଳଙ୍କ ପ୍ରେମ  ନିବେଦନ। କଥା ନମାନିବାର  ରାତିରେ ଘରେ ପଶି ଆକ୍ରମଣ। ଅଭିଯୁକ୍ତ ପରେ ସମ୍ପୃକ୍ତ କନଷ୍ଟେବଳଙ୍କୁ ଅଟକ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ରାମବାଗ ଫାଣ୍ଡି କନେଷ୍ଟବଳ ଜିତେନ୍ଦ୍ର ବିଶ୍ୱାଳଙ୍କ ଦବଙ୍ଗଗିରିକୁ ନେଇ ସବୁଠି ଚର୍ଚ୍ଚା ।

32222

କନକ ବ୍ୟୁରୋ: ନର୍ସଙ୍କୁ କନଷ୍ଟେବଳଙ୍କ ପ୍ରେମ  ନିବେଦନ। କଥା ନମାନିବାର  ରାତିରେ ଘରେ ପଶି ଆକ୍ରମଣ। ଅଭିଯୁକ୍ତ ପରେ ସମ୍ପୃକ୍ତ କନଷ୍ଟେବଳଙ୍କୁ ଅଟକ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ରାମବାଗ ଫାଣ୍ଡି କନେଷ୍ଟବଳ ଜିତେନ୍ଦ୍ର ବିଶ୍ୱାଳଙ୍କ ଦବଙ୍ଗଗିରିକୁ ନେଇ ସବୁଠି ଚର୍ଚ୍ଚା । ଗୋଟିଏ ପଟେ ଭରତପୁର ମାମଲାକୁ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି। ରାତିଅଧରେ ନର୍ସଙ୍କ ମଙ୍ଗଳପୁର ଭଡା ଘରେ ପଶି  ପ୍ରେମ ନିବେଦନ କରିଥିଲେ କନଷ୍ଟେବଳ ।  ମାତ୍ର କଥା ନମାନିବାରୁ ଦେଲେ ନିସ୍ତୁକ ମାଡ଼ ମାରିଥିଲେ । ମେରଦା ଉପ ସ୍ୱାସ୍ଥ୍ୟକେନ୍ଦ୍ରର ଷ୍ଟାଫନର୍ସ ପୁଷ୍ପାଞ୍ଜଳି ନାୟକଙ୍କୁ ଦୀର୍ଘ ଏକ ବର୍ଷ ହେଲା ପ୍ରେମ ନିବେଦନ କରିଥିଲେ। ଏପରିକି ତାଙ୍କୁ ବାରମ୍ବାର ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଆସୁଥିଲେ । 

ଗତକାଲି ରାତିରେ କନେଷ୍ଟବଳଙ୍କ କଥାରେ ନର୍ସ ଅରାଜି ହେବାରୁ ତାଙ୍କୁ ଅସଦାଚରଣ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ନର୍ସଙ୍କ ଅଭିଯୋଗ ପରେ କନେଷ୍ଟବଳ ଜିତେନ୍ଦ୍ର ବିଶ୍ୱାଳଙ୍କୁ  ମଙ୍ଗଳପୁର ପୁଲିସ ଅଟକ ରଖି ପଚରାଉଚରା କରୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe