କନକ ବ୍ୟୁରୋ: ନର୍ସଙ୍କୁ କନଷ୍ଟେବଳଙ୍କ ପ୍ରେମ ନିବେଦନ। କଥା ନମାନିବାର ରାତିରେ ଘରେ ପଶି ଆକ୍ରମଣ। ଅଭିଯୁକ୍ତ ପରେ ସମ୍ପୃକ୍ତ କନଷ୍ଟେବଳଙ୍କୁ ଅଟକ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ରାମବାଗ ଫାଣ୍ଡି କନେଷ୍ଟବଳ ଜିତେନ୍ଦ୍ର ବିଶ୍ୱାଳଙ୍କ ଦବଙ୍ଗଗିରିକୁ ନେଇ ସବୁଠି ଚର୍ଚ୍ଚା । ଗୋଟିଏ ପଟେ ଭରତପୁର ମାମଲାକୁ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି। ରାତିଅଧରେ ନର୍ସଙ୍କ ମଙ୍ଗଳପୁର ଭଡା ଘରେ ପଶି ପ୍ରେମ ନିବେଦନ କରିଥିଲେ କନଷ୍ଟେବଳ । ମାତ୍ର କଥା ନମାନିବାରୁ ଦେଲେ ନିସ୍ତୁକ ମାଡ଼ ମାରିଥିଲେ । ମେରଦା ଉପ ସ୍ୱାସ୍ଥ୍ୟକେନ୍ଦ୍ରର ଷ୍ଟାଫନର୍ସ ପୁଷ୍ପାଞ୍ଜଳି ନାୟକଙ୍କୁ ଦୀର୍ଘ ଏକ ବର୍ଷ ହେଲା ପ୍ରେମ ନିବେଦନ କରିଥିଲେ। ଏପରିକି ତାଙ୍କୁ ବାରମ୍ବାର ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଆସୁଥିଲେ ।
ଗତକାଲି ରାତିରେ କନେଷ୍ଟବଳଙ୍କ କଥାରେ ନର୍ସ ଅରାଜି ହେବାରୁ ତାଙ୍କୁ ଅସଦାଚରଣ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ନର୍ସଙ୍କ ଅଭିଯୋଗ ପରେ କନେଷ୍ଟବଳ ଜିତେନ୍ଦ୍ର ବିଶ୍ୱାଳଙ୍କୁ ମଙ୍ଗଳପୁର ପୁଲିସ ଅଟକ ରଖି ପଚରାଉଚରା କରୁଛି।