ଖଣ୍ଡାଧାର ବିରୋଧରେ ଷଡ଼୍‌ଯନ୍ତ୍ର! ଅସ୍ତିତ୍ବ ହରାଇବ ଚିରସ୍ରୋତା ଜଳପ୍ରପାତ?

Advertisment

ଯାହା ଆଶଙ୍କା କରାଯାଉଥିଲା ତାହା କଣ ସତ ହେବାକୁ ଯାଉଛି କି ? ସବୁ ଦିନ ପାଇଁ ଅସ୍ତିତ୍ବ ହରାଇବ କି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଚିରଶ୍ରୋତା ଖଣ୍ଡାଧାର ଜଳପ୍ରପାତ   l

ଯାହା ଆଶଙ୍କା କରାଯାଉଥିଲା ତାହା କଣ ସତ ହେବାକୁ ଯାଉଛି କି ? ସବୁ ଦିନ ପାଇଁ ଅସ୍ତିତ୍ବ ହରାଇବ କି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଚିରଶ୍ରୋତା ଖଣ୍ଡାଧାର ଜଳପ୍ରପାତ   l

khandadhar

Photograph: (kanaknews)

କନକ ବ୍ୟୁରୋ : ଯାହା ଆଶଙ୍କା କରାଯାଉଥିଲା ତାହା କଣ ସତ ହେବାକୁ ଯାଉଛି କି ? ସବୁ ଦିନ ପାଇଁ ଅସ୍ତିତ୍ବ ହରାଇବ କି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଚିରଶ୍ରୋତା ଖଣ୍ଡାଧାର ଜଳପ୍ରପାତ   l ଲଗାତର ୨/୩ ଦିନ ଧରି ଜଳପ୍ରପାତର ଜଳଧାରା ସାମୟିକ ଭାବେ ବନ୍ଦ ହେବା ପରେ ଏଭଳି ଆଶଙ୍କା ଦେଖାଦେଇଛି ।  ତେବେ ପୁଣି  ଥରେ ଖଣ୍ଡାଧାରରୁ ପାଣି ଝରିବା ପରେ ଆଶ୍ବସ୍ତି ମିଳିଛି ।  ହେଲେ, ଆଶଙ୍କା ଟଳିନି ।  ଅନ୍ୟପଟେ ଖଣ୍ଡାଧାରର ଏଭଳି ପରିସ୍ଥିତି ପାଇଁ ବିରାଟ ଷଡ଼୍‌ଯନ୍ତ୍ରର ଗନ୍ଧ ବାରିଛନ୍ତି ସ୍ଥାନୀୟ ଲୋକ। 
ବର୍ଷ ବର୍ଷ ଧରି ପର୍ଯ୍ୟଟକଙ୍କ ଆକର୍ଷିତ କରୁଥିବା କେନ୍ଦୁଝର ଖଣ୍ଡାଧାର ଜଳପ୍ରପାତର ଦୃଶ୍ୟ ।  ଯେଉଁ ଜଳପ୍ରପାତରୁ କାହିଁ କେଉଁ କାଳରୁ କଳକଳ କରି ଅହରହ ଝରୁଥିଲା ଜଳଧାରା, ଏବେ ସେଠି ଏମିତି ସ୍ଥିତି। ବୁଧବାର ଜଳପ୍ରପାତରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ଜଳସ୍ରୋତ । ଅବଶ୍ୟ ଦିନକ ପରେ ପୁଣି ପାହାଡ଼ ଉପରୁ ଝରିଛି ପାଣି  ।   କିନ୍ତୁ ଚିରସ୍ରୋତା ଖଣ୍ଡାଧାରାର ଏଭଳି ସ୍ଥିତି ସମସ୍ତଙ୍କୁ ବ୍ୟଥିତ କରିଛି। ଭବିଷ୍ୟତରେ ଖଣ୍ଡାଧାରାର ଅସ୍ତିତ୍ବକୁ ନେଇ ଆଶଙ୍କା ପ୍ରକାଶ ପାଇଛି  । ଏଭଳି ସ୍ଥିତି ପଛରେ ସାଂଘାତିକ ଷଡ଼୍‌ଯନ୍ତ୍ର ଗନ୍ଧ ସାମନାକୁ ଆସିଛି । ଖଣ୍ଡାଧାରର ଉପର ମୁଣ୍ଡରେ ମନଇଛା ଖଣି ଖନନକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକ। 

ଅଧିକ ପଢନ୍ତୁ .... ବିଷ୍ଣୁଙ୍କ ଦିନରେ ଶୈବ ଉପାସନାର ଅନନ୍ୟ ପରମ୍ପରା : ଜାଗର ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଖଣ୍ଡାଧାରର ଉପରମୁଣ୍ଡରେ ପହଁଚିଥିଲା ଆମ ଟିମ୍ । ପାହାଡ଼ ଉପରେ ଯାହା କ୍ୟାମେରାରେ କଏଦ ହୋଇଥିଲା ତାହା ଚମକାଇ ଦେବା ଭଳି ।  ଖଣ୍ଡାଧାର ଠାରୁ ଅଳ୍ପ କିଛି ଦୂରରେ ବେଧଡ଼କ ଭାବେ ଚାଲିଛି ଖଣି ଖୋଳା ପାହାଡ଼ରେ ବ୍ଲାଷ୍ଟିଂ କରି, ବଡ଼ ବଡ଼ ମେସିନ୍ ଲଗାଇ ଲୁହାପଥର ତାଡ଼ି ନେଉଛନ୍ତି ଲିଜଧାରୀ ଖଣି କମ୍ପାନୀ ।  ଯାହାର ପ୍ରଭାବ ସିଧାସଳଖ ଖଣ୍ଡାଧାରର ଜଳପ୍ରବାହ ଉପରେ ପଡିଛି ବୋଲି କୁହାଯାଉଛି ।

ଝରଣାରୁ ବହି ଆସୁଥିବା ଜଳ ତାର ଦିଗ ପରିବର୍ତ୍ତନ କରୁଥିବାରୁ ଏମିତି ସ୍ଥିତି ଉପୁଜିଛି । ହେଲେ, କେନ୍ଦୁଝର ଡିଏଫଓ କହିଛନ୍ତି ଉପରମୁଣ୍ଡରେ କାଦଦଳା ଅଞ୍ଚଳର ଲୋକେ ପାଣି ଅଟକାଇ ଖରାଟିଆ ଚାଷ କରିବାରୁ ଜଳ ପ୍ରବାହ କମିଛି।  ଏବେ ପ୍ରଶ୍ନ ଉଠୁଛି, ଖଣ୍ଡାଧାରକୁ ମାରି ଦେବା ପାଇଁ ହୋଇଛି କି ବଡ଼ ଷଡ଼୍‌ଯନ୍ତ୍ର ? ଖଣି କମ୍ପାନିକୁ ଅନୁମତି ଦେବା ପୂର୍ବରୁ ସବୁ ଦିଗରୁ ଅନୁଧ୍ୟାନ କରାଯାଇଥିଲା ତ ?  ଖଣି କମ୍ପାନି ନିୟମ ଅନୁସାରେ ଲୁହାପଥର ଉତ୍ତୋଳନ କରୁଛନ୍ତି ତ ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe